ସୁପରଫ୍ଲପରେ କଙ୍ଗନାଙ୍କ ଫିଲ୍ମ ଧାକଡ

latest entertainment news Kangana Ranaut’s film in Superflop

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ଼ ବକ୍ସ ଅଫିସରେ ଧରାଶାୟୀ ହୋଇଛି । ଏକ ରିପୋର୍ଟ ଅନୂଯାୟୀ ଧାକଡ଼ ୪ର୍ଥ ଦିନରେ କେବଳ ୩୦ ଲକ୍ଷ ଆୟ କରିଛି । ସେହିପରି ଫିଲ୍ମ ପ୍ରଥମ ଦିନରେ ୧.୨ କୋଟି, ଦ୍ୱିତୀୟ ଦିନରେ ୧.୫ କୋଟି ଓ ତୃତୀୟ ଦିନରେ ୯୮ ଲକ୍ଷ ଏବଂ ଚତୁର୍ଥ ଦିନରେ ୩୦ ଲକ୍ଷ ଆୟ କରିଛି ।

ସେପଟେ ଏଭଳି ଆୟ ଯୋଗୁଁ ଫିଲ୍ମର ଅଧାରୁ ଅଧିକ ସ୍କ୍ରିନିଂ କମ୍‌ ହୋଇଛି । କେବଳ ଦେଶ ନୁହେଁ କଙ୍ଗନାଙ୍କ ଫିଲ୍ମ ବିଦେଶରେ ବି ଫ୍ଲପ ହୋଇଛି । ୩୦୦ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଥିଲେ ଏହି ଫିଲ୍ମ ଆଖି ଦୃଶୀୟା ପ୍ରଦର୍ଶନ କରିପାରିନାହିଁ ।