ଗ୍ରୀସର ୨ ତେଲ ଟ୍ୟାଙ୍କରକୁ ଜବତ କଲା ଇରାନ

Iran seizes two Greek oil tankers

ନୂଆଦିଲ୍ଲୀ : ଆମେରିକା କଟକଣାର କଥିତ ଉଲ୍ଲଂଘନ ଅଭିଯୋଗରେ ଗ୍ରୀସର ସହଯୋଗୀ ଇରାନରୁ ତେଲ ଟ୍ୟାଙ୍କର ଜବତ କରିଛି । ଜବାବରେ ଇରାନ ମଧ୍ୟ ଗ୍ରୀସର ୨ ଟ୍ୟାଙ୍କର ଜବତ କରିଛି । ଏଥି ସହିତ ଚେତାବନୀ ଜାରି କରିଛି ଯେ, ଯଦି ଏହାକୁ ଛଡା ଯାଏ, ତଥାପି ଜବାବ ଦେବାକୁ ହଟିବ ନାହିଁ । ଇରାନ ରିଭୋଲୁଶନାରୀ ଗାର୍ଡ ଘୋଷଣା କରିଛି ଯେ, ଗ୍ରୀସର ୨ ତେଲ ଟ୍ୟାଙ୍କର ଜବତ କରିଛି । ଏହି ୨ ଟ୍ୟାଙ୍କରରେ ଗ୍ରୀସର ପତାକା ଲାଗିଥିଲା ।

ଏହା ପୂର୍ବରୁ ଆମେରିକା, ଗ୍ରୀସ ସହାୟତାରେ ଭୂମଧ୍ୟ ସାଗରରେ ତେଲ ଜବତ କରିଥିଲା । ଆମେରିକାର ଅଭିଯୋଗ ଯେ, ଇରାନ ଉପରେ ଲାଗିଥିବା ଅନ୍ତର୍ଜାତୀୟ କଟକଣା ଉଲ୍ଲଂଘନ ହୋଇଛି । ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଗତ ଫେବ୍ରୁଆରୀ ୨୪ ତାରିଖରୁ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ୱରେ ତେଲ ନେଇ ସଂକଟ ବଢିଛି । ତୈଲ ଉତ୍ପାଦିତ ଦେଶ ଗୁଡିକରେ କଟକଣା ଯୋଗୁଁ ଆମଦାନୀ କରୁଥିବା ରାଷ୍ଟ୍ରଗୁଡିକ ଅଧିକ ପ୍ରଭାବିତ ହୋଇଛନ୍ତି ।