ଗାଁରେ ହେବ ହାଇଟେକ ସର୍ଭେ

There will be a high-tech survey in the village

ଭୁବନେଶ୍ୱର : ବହୁ ପୁରୁଣା ସର୍ଭେ ଯୋଗୁ ଜମି କିଣାବିକା, ଜାତିଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୨୦୪ଟି ରାଜସ୍ୱ ଗାଁରେ ହାଇଟେକ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତ । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ରାଜସ୍ୱ ବିଭାଗ ପକ୍ଷରୁ ଏହି ହାଇଟେକ ସର୍ଭେ କରାଯିବ ।

ଶେଷଥର ପାଇଁ ୧୯୨୯-୩୦ ମସିହାରେ ଏସବୁ ଗାଁରେ ସର୍ଭେ ହୋଇଥିଲା । ସଂଶୋଧିତ ଜମିଜମା ହାଇଟେକ ସର୍ଭେ ରେକର୍ଡ ନଥିବାରୁ ଏସବୁ ଗାଁ ଲୋକେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜସ୍ୱ ବିଭାଗର ନିଷ୍ପତ୍ତି ଅନୁସାରେ ୨୦୪ ଗ୍ରାମରେ ସମସ୍ତ ଜାଗାର ଜିଓ ରେଫରେନସିଙ୍ଗ ହୋଇପାରିବ ।

ଏହି ହାଇଟେକ ସର୍ଭେ ପରେ ଲୋକମାନଙ୍କର ଜମିବାଡ଼ି କିଣାବିକା ଓ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବା ସହ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ପଟ୍ଟା ତିଆରି ହୋଇ ଲୋକଙ୍କୁ ମିଳିପାରିବ ।