ପଖାଳକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦାବି

ଏମିତି କୌଣସି ଓଡ଼ିଆ ନାହିଁ ଯିଏ ତାଙ୍କ ଜୀବନକାଳରେ ପଖାଳ ଖାଇନଥିବେ….

ଭୁବନେଶ୍ୱର : ‘ପଖାଳ’ ଆମର ଆଦିମ କାଳରୁ ଓଡ଼ିଆଙ୍କର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ପଖାଳ । ତେଣୁ ପଖାଳକୁ ଜିଆଇ ଟ୍ୟାଗ ମାନ୍ୟତା ଆବଶ୍ୟକ । ଏ ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମାଜସେବୀ ଡ. ଅଭୟ ରଞ୍ଜନ ପଟ୍ଟନାୟକ । ସେ ଉଲ୍ଲେଖ କରିଛନ୍ତି ପଖାଳ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ସହିତ ଓଡ଼ିଆଙ୍କର ନିତିଦିନର ପାରମ୍ପରିକ ଖାଦ୍ୟ । ଏମିତି କୌଣସି ଓଡ଼ିଆ ନାହିଁ ଯିଏ ତାଙ୍କ ଜୀବନକାଳରେ ପଖାଳ ଖାଇନଥିବେ । ଧନୀ ହେଉ କି ଗରିବ, ସବୁ ଓଡ଼ିଆଙ୍କର ପଖାଳରେ ଆଦର ଥାଏ ।

ଯାହା ବୈଜ୍ଞାନିକ ସିଦ୍ଧାନ୍ତ ଖାଦ୍ୟ ଭାବେ ମଧ୍ୟ ପ୍ରମାଣିତ ହୋଇପାରିଛି । ତେବେ ପଖାଳକୁ ଜିଆଇ ଟ୍ୟାଗ ମିଳିବା ନେଇ ଏବେ ଉତ୍କୃଷ୍ଟ ସମୟ । ତେଣୁ ଏ ଦିଗରେ ପଦକ୍ଷେପ ନେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଡ. ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଡ. ପଟ୍ଟନାୟକ ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍‌ କରିଛନ୍ତି ।