କାଲିଠୁ ଯୋରନ୍ଦାରେ ମାଘମେଳା

ଆସନ୍ତାକାଲି ଠାରୁ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ନିରାଡମ୍ବର ଭାବେ ପାଳିତ ହେବ ମାଘ ମେଳା । ଚଳିତ ବର୍ଷ ବିନା ଭକ୍ତ ଏବଂ ସାଧୁସନ୍ଥରେ ଏହି ମେଳା ପାଳିତ ହେବ । ମୁଖ୍ୟତଃ ବାହାର ରାଜ୍ୟର ସାଧୁସନ୍ଥଙ୍କୁ ଏହି ମେଳାକୁ ବାରଣ କରାଯାଇଛି।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମହିମା ସନ୍ନ୍ୟାସୀଙ୍କୁ ନେଇ ବୈଠକରେ ରୂପରେଖ ପ୍ରସ୍ତୁତ ହୋଇଛି। କେବଳ ମହିମାଗାଦୀର ସାଧୁସନ୍ଥ ତଥା ଜିଲ୍ଲା ଭିତରର କିଛି ସାଧୁସନ୍ଥଙ୍କୁ ନେଇ ମେଳା କରିବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଛି । ଏହା ବ୍ୟତୀତ ଜିଲ୍ଲା ବାହାରର ସାଧୁସନ୍ଥ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇ ମେଳାରେ ଯୋଗ ଦେଇପାରିବେ ।