ଖରା ପାଇଁ କଲେଜ-ବିଶ୍ୱବିଦ୍ୟାଳୟ ଛୁଟି

ଗଣଶିକ୍ଷା ବିଭାଗ ପରେ ଉଚ୍ଚ ଶିକ୍ଷା ବିଭାଗର…..

ଭୁବନେଶ୍ୱର: ଗଣଶିକ୍ଷା ବିଭାଗ ପରେ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି । ବୁଧବାରଠୁ ରାଜ୍ୟର ସମସ୍ତ ୟୁଜି ଓ ପିଜି କ୍ଲାସ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ମେ’ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ୟୁଜି ଓ ପିଜି କ୍ଲାସ । ସେହିପରି ପରୀକ୍ଷା ଖାତା ମୂଲ୍ୟାୟନ ଓ ପ୍ରଶାସନିକ କାର୍ଯ୍ୟ ପୂର୍ବପରି ଜାରି ରହିବ ।

ସେପଟେ ଆଜିଠାରୁ ରାଜ୍ୟରେ ୫ ଦିନ ପାଇଁ ସ୍କୁଲ ଛୁଟି ହୋଇଛି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୩୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।