ଋଷିକୁଲ୍ୟା ନଦୀରେ ବୁଡ଼ୀ ଯୁବକ ନିଖୋଜ

ଛତ୍ରପୁର ଥାନା ଗଙ୍ଗାପୁର ଗ୍ରାମ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ….

ଛତ୍ରପୁର: ଛତ୍ରପୁର ଥାନା ଗଙ୍ଗାପୁର ଗ୍ରାମ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ ଗାଧୋଇଵାକୁ ଯାଇ ଛତିଶଗଡ଼ର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ଆଶିଷ କୁମାର ବର୍ମା। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ଆଶିଷ ଜଣେ ସମ୍ପର୍କୀୟଙ୍କ ଭୋଜିକୁ ଆସିଥିବା ବେଳେ ଆଜି ସକାଳୁ ସେ ନଦୀକୁ ଗାଧୋଇଵାକୁ ଯାଇଥିଲେ। ଗାଧୋଇଵା ସମୟରେ କୌଣସି ଅସାବଧାନତା ଯୋଗୁଁ ସେ ପାଣିରେ ବୁଡି ଯାଇଥିଲେ।