‘ଓଡ଼ିଶାର ଅସ୍ମିତାକୁ ଲୁଟୁଥିଲା କଂଗ୍ରେସ, ଲୁଟୁଛି ବିଜେଡି, ଲୁଟିବା ମତଲବରେ ଅଛି ବିଜେପି’

ଭୁବନେଶ୍ୱର: ‘୧୯୮୦ ମସିହାରୁ ଓଡ଼ିଶାର ଅସ୍ମିତା ସହିତ ଖେଳିବା ଆରମ୍ଭ କରିଥିଲା କଂଗ୍ରେସ । ୧୯୮୦ରୁ ୨୦୦୦ ପର୍ଯ୍ୟନ୍ତ ରାଜ୍ୟର ଶାସନ କ୍ଷମତା କଂଗ୍ରେସ ଓ ଜନତା ଦଳ ହାତରେ ଥିଲା । ତା’ରି ଭିତରେ ରାଜ୍ୟର ଅସ୍ମିତାକୁ ପ୍ରତିଟି କ୍ଷଣରେ ଛିନ୍ନଭିନ୍ନ କରାଯାଇଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟର ଅସ୍ମିତାକୁ ଲୁଟୁଥିଲେ ଯାହା ଏବେ ତାଙ୍କ ପୁଅ ନବୀନ ପଟ୍ଟନାୟକ   ଜାରି ରଖିଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାରୀ ନେତାଙ୍କୁ ଜନ୍ମ ଦେଇ କଂଗ୍ରେସ ଯୋଉ ମହାନ କାମ କରିଛି, ସାରା ଦେଶ ତା’ର କୁପରିଣାମ ଭୋଗୁଛି । ବିଜୁ ପଟ୍ଟନାୟକ ଅତୀତରେ କଂଗ୍ରେସରେ ଥିଲେ । ତାଙ୍କ ପୁୂଅ ନବୀନ ପଟ୍ଟନାୟକ ବିଜେପି ହାତ ଧରି କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ହେବା ପରେ ଓଡ଼ିଶାକୁ ଇସ୍ପାତ ରାଜଧାନୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ହେଲେ ।

୨୦୦୯ରେ ବିଜେପି ହାତ ଛାଡ଼ି ଏ ଯାଏ ଓଡ଼ିଶାକୁ ଲୁଟୁଛନ୍ତି । ଏବେ ତାଙ୍କ ହାତ ଧରି ବିଜେପି ରାଜ୍ୟ ଶାସନରେ ଭାଗିଦାର ହେବାର ଆଶା ରଖିଥିଲା । ତାହା ସମ୍ଭବ ହେଲାନି । ଅତଏବ ବିଜେଡିକୁ କୌଣସିମତେ କ୍ଷମତାଚ୍ୟୁତ କରି ରାଜ୍ୟର ଅସ୍ମିତାକୁ ଲୁଟିବା ଆଶା ରଖିଛି ବିଜେପି ।’ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛି ରାଷ୍ଟ୍ରୀୟ ପରିବର୍ତନ ଦଳ ।

କେନ୍ଦ୍ରରେ ବିଜେପି ଶାସନର ମୂଳଦୁଆ ପକାଇଥିବା ବଳିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡ଼ଭାନୀଙ୍କ ସୃଷ୍ଟି କଂଗ୍ରେସରୁ । କଂଗ୍ରେସ ଛାପ ଯାହା ମୁଣ୍ଡରେ ବାଜିଛି, ସେ ନଷ୍ଟ ହୋଇସାରିଛି । ଭକ୍ତଚରଣ ଦାସ ତାଙ୍କ କଳାହାଣ୍ଡି ଆକାଶରୁ କଳାବାଦଲ ହଟାଇବାକୁ ସକ୍ଷମ ହୋଇନାହାନ୍ତି; ଏବେ କଂଗ୍ରେସ ମୁଣ୍ଡରୁ କଳଙ୍କ ହଟାଇବାର ଅପଚେଷ୍ଟା କରୁଛନ୍ତି ।