ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ-shaksi news

ଭୁବନେଶ୍ୱର(ଏସ୍ ନ୍ୟୁଜ ) : ବିଧାନସଭାରେ ଆଗରେ ଦମ୍ପତି ଆତ୍ମହତ୍ୟା ଉଦ୍ୟମ। ବିଧାନସଭା ଆଗରେ ନୟାଗଡ଼ର ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଜ ଦେହରେ ଡିଜେଲ୍ ଢ଼ାଳି ଏହି ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଦେଖିବାକୁ ମିଳିଛି ହାଇ ଡ୍ରାମା। ଠିକଣା ସମୟରେ ପୁଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି।

ସୂଚନାମୁତାବିକ, କିଛି ଦିନ ତଳେ ନୟାଗଡ଼ରେ ଜଣେ ପାଞ୍ଚ ବର୍ଷୀୟା ନାବାଳିକାର ନିଖୋଜ ପରେ ତା’ର ମୃତଦେହ ମିଳିଥିଲା। ୫ ବର୍ଷୀୟା ଝିଅର ହତ୍ୟା ବାପାମାଆଙ୍କୁ ମର୍ମାହତ କରିଦେଇଥିଲା। ଏହି ଘଟଣାକୁ ଅନେକ ଦିନ ବିତିଯାଇଥିଲେ ହେଁ, ଏପର୍ଯ୍ୟନ୍ତ ହତ୍ୟାକାରୀର ସନ୍ଧାନ ପାଇପାରିନାହିଁ ପୁଲିସ୍। ତେବେ ନ୍ୟାୟ ଦାବିରେ ନାବାଳିକାର ବାପାମାଆ ଆଜି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଛି।

ଏଠାରେ ପ୍ରକାଶଥାଉକି ,କିଛି ଦିନ ତଳେ ବିଧାନସଭା ନିକଟରେ ଜଣେ ପୁଅ ତା’ ମାଆର ବେକରେ ଛୁରୀ ଲଗାଇ ଧମକ ଦେଇଥିଲା। ଏବେ ଦମ୍ପତିଙ୍କ ଏଭଳି ଆତ୍ମହତ୍ୟା ଉଦ୍ୟମ ଚାଞ୍ଚଲ୍ୟ ସୃଷ୍ଟି କରିଛି।