ରାଜ୍ୟରେ ଡିସେମ୍ବର ସୁଦ୍ଧା ଶେଷ ହେବ କୋଭିଡ୍ ଟିକାକରଣ’

କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଥିବାବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟରେ କୋଭିଡ୍ ଟିକାକରଣ କାର୍ଯ୍ୟ ସରିବ ବୋଲି ଆକଳନ କରିଛନ୍ତି।
ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ରାଜ୍ୟକୁ ଟିକା ଆସିବାରେ ସମସ୍ୟା ନହୁଏ , ତା’ହେଲେ ରାଜ୍ୟରେ କୋଭିଡ୍ ଟିକାକରଣ ଆସନ୍ତା ୪ମାସରେ ଶେଷ ହେବ। ଏବେ ପ୍ରାୟ ୨.୨୦କୋଟି ଡୋଜ୍ ଟିକା ଦିଆସରିଲାଣି। ଏଥିରେ ପ୍ରାୟ ୧.୬୬କୋଟି ଲୋକ ପ୍ରଥମ ଡୋଜ୍ ନେଇôଥବାବେଳେ ୫୩ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇସାରିଲେଣି । ରାଜ୍ୟ ସରକାରଙ୍କ ପାଖରେ ଏବେ ୨୮.୫୪ଲକ୍ଷ ଡୋଜ୍ କୋଭିଶିଲଡ୍ ଓ ୪.୫୪ ଲକ୍ଷ କୋଭାକ୍ସିନ୍ ଡୋଜ୍ ଗଚ୍ଛିତ ରହିଛି ବୋଲି ସେ କହିଛନ୍ତି।