ଅଷ୍ଟପ୍ରହରି ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ମାହାଙ୍ଗା: ଅଷ୍ଟପ୍ରହରୀର ପ୍ରସାଦ ଖାଇ ଶହେରୁ ଅଧିକ ଅସୁସ୍ଥ । ପ୍ରସାଦ ଖାଇ ଅସୁସ୍ଥ ହୋଇଥିବା ଲୋକଙ୍କୁ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଲେପୁର ଦାରିଆପୁର ଗାଁ ଭାଗବତ ଟୁଙ୍ଗିରେ ଅଷ୍ଟପ୍ରହରୀ ଆୟୋଜିତ ହୋଇଥିଲା । ଏହା ପରେ ହୋଇଥିବା ଭୋଜି ଖାଇଥିବା ଲୋକେ ଝାଡା, ବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅସୁସ୍ଥଙ୍କୁ ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଗତକାଲି ଭୋଜି ସମୟରେ ଝଡ଼ତୋଫାନ ଯୋଗୁଁ ଖାଦ୍ୟରେ କିଛି ବିଷାକ୍ତ ଦ୍ରବ୍ୟ ପଡ଼ିଯାଇଥିବା ଆଶଙ୍କା କରାଯାଉଛି ।