ଏଣିକି ଓଡ଼ିଆରେ ମିଳିବ ବିଦ୍ୟୁତ୍‌ ବିଲ୍‌

ନୟାଗଡ଼: ଏଣିକି ଓଡ଼ିଆରେ ବିଦ୍ୟୁତ୍‌ ବିଲ୍‌ ପାଇବେ ଉପଭୋକ୍ତା । ଏଭଳି ଏକ ପଦକ୍ଷେପ ନେଇଛି TPCODL ନୟାଗଡ଼ ବିଦ୍ୟୁତ୍‌ ଡିଭିଜନ l ଏହି ଜିଲ୍ଲାର ଉପଭୋକ୍ତାଙ୍କୁ ଓଡ଼ିଆ ଭାଷାରେ ବିଲ୍‌ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଆସନ୍ତା ମାସରୁ ଜିଲ୍ଲାର ସମସ୍ତ ଗ୍ରାହକଙ୍କୁ ଏହି ସୁବିଧା ମିଳିବ ବୋଲି TPCODL ପକ୍ଷରୁ କୁହାଯାଇଛି।

କିଛି ମାସ ପୂର୍ବେ ନୟାଗଡ଼ ବିଦ୍ୟୁତ ଡିଭିଜନରେ ଓଡିଆରେ ବିଲ୍‌ ପ୍ରଦାନ କରାଯାଇଥିଲା। ମାତ୍ର କିଛି ଅସୁବିଧା କାରଣରୁ ତାହାକୁ ବନ୍ଦ କରାଯାଇଥିଲା। ହେଲେ ପୁଣି ଥରେ ନୟାଗଡ଼ ବିଦ୍ୟୁତ ଡିଭିଜନ ପକ୍ଷରୁ ଗ୍ରାହକଙ୍କୁ ଓଡିଆରେ ବିଲ୍‌ ପ୍ରଦାନ କରାଯିବ । ଫଳରେ ଗ୍ରାମାଞ୍ଚଳର ଗ୍ରାହକମାନେ ସଠିକ ଭାବେ ତାହା ବୁଝିପାରିବେ ବୋଲି ଆଶା କରାଯାଇଛି l