ଭୁବନେଶ୍ବର: ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଅବସରରେ ଓଡିଶୀ ଫାଉଣ୍ଡେସନ ଭୁବନେଶ୍ୱର ଦ୍ୱାରା 12 ଦିନିଆ ଅନ୍ତର୍ଜାତୀୟ ରଜ ଉସ୍ତବ ପାଳନ କରାଯାଉଛି,ଏହି କାର୍ଯ୍ୟକ୍ରମ ରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ପିଲା ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ବ୍ୟବସ୍ଥା କରାଯିବା ସହ ଖାଦ୍ୟ ବସ୍ତ୍ର ଓ ଅନ୍ୟାନ୍ୟ ଦୋକାନ ଖୋଲାଯାଇଛି, ଆଜିର ଏହି ଉତ୍ସବ ପୂର୍ବତନ ମନ୍ତ୍ରୀ ଅରବିନ୍ଧ ଢାଳି ଭୁବନେଶ୍ୱର ବିଜେପି ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ର ସଭାପତି ଡ଼ ନାରାୟଣ ମହାପାତ୍ର, ଡ଼ ରୋଜାଲିନ ମାମ ପ୍ରମୁଖ ଯୋଗ ଦେଇ ଥିଲେ, ସମସ୍ତେ ପିଲା ମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ସେମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ, ଓଡିଶୀ ଫାଉଣ୍ଡେସନ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା