ଦାୟିତ୍ୱ ଗ୍ରହଣ କଲେ ଡିସିପି ପ୍ରତୀକ ସିଂହ

ଭୁବନେଶ୍ୱରର ନୂଆ ଡିସିପି ଭାବେ ପ୍ରତୀକ ସିଂହ ଦାୟିତ୍ୱ ଗ୍ରହଣ…

ଭୁବନେଶ୍ୱର : ଭୁବନେଶ୍ୱରର ନୂଆ ଡିସିପି ଭାବେ ପ୍ରତୀକ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୂଆ ଡିସିପି କହିଛନ୍ତି ଯେ ଜନସାଧାରଣଙ୍କ ସହ ସମ୍ପର୍କ ରଖି କାମ କରିବି । କଟକରେ କାମ କରିବାର ଅନୁଭୂତି ଏଠାରେ କାମ ଦେବ । ବହୁତ କିଛି କରିବାକୁ ଥିବାବଳେ ପ୍ରଥମେ ଭୁବନେଶ୍ୱରର ସବୁ ଥାନା ସହ କଥା ହେବି । ବିଭିନ୍ନ ଥାନାରେ କ’ଣ ସମସ୍ୟା ଅଛି ତାହା ସମାଧାନ କରିବି । ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି ।