ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ଟେନିସ୍ ପ୍ରତିଭା ଦେବାଶିଷ ସାହୁ ନିଜ ଖେଳ ଜୀବନରେ ଆଉ ଏକ କୃତିତ୍ବ ସଂଯୋଗ କରିଛନ୍ତି। ହାଇଦ୍ରାବାଦସ୍ଥିତ ସାନିଆ ମିର୍ଜା ଟେନିସ୍ ଏକାଡେମିରେ ଅନୁଷ୍ଠିତ ୧୮ ବର୍ଷରୁ କମ୍ ଆଇଟା ନ୍ୟାସନାଲ୍ ସିରିଜ୍ର ବାଳକ ଏକକ ବର୍ଗରେ ବିଜେତା ହୋଇଛନ୍ତି ସେ। କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଦେବାଶିଷ ଚତୁର୍ଥ ମାନ୍ୟତାପ୍ରାପ୍ତ ମହାରାଷ୍ଟ୍ରର ପ୍ରଜ୍ବଳ ତିୱାରୀଙ୍କୁ ୬-୧, ୩-୬, ୬-୨ରେ ପରାସ୍ତ କରିଥିଲେ। ଫାଇନାଲ୍ ଆସିବା ପଥରେ ଦେବାଶିଷ କ୍ବାର୍ଟରଫାଇନାଲ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ପରାସ୍ତ କରିଥିଲେ। ଭାରତୀୟ କନିଷ୍ଠ ଡେଭିସ୍ କପ୍ ଯୋଜନାରେ ଥିବା ଦେବାଶିଷଙ୍କ ଅଗ୍ରଗତିକୁ ନେଇ ତାଙ୍କ ପ୍ରଶିକ୍ଷକ ଫାରହାନ୍ ଅଲୀ ସନ୍ତୋଷ ପ୍ରକାଶ କରିଛନ୍ତି।
Prev Post