ଡେଲଟା ପ୍ଲସ ଓଡ଼ିଶାରେ ଚିହ୍ନଟ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଓଡ଼ିଶାରେ ଗୋଟିଏ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ଓଡ଼ିଶାରେ ଡେଲଟା ପ୍ଲସ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଡେଲଟା ପ୍ଲସ ରୋଗୀ ଦେବଗଡ଼ ଜିଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏପର୍ଯ୍ୟନ୍ତ ଦେଶରେ ଚିହ୍ନଟ ୪୮ ମାମଲା ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଓଡ଼ିଶାରୁ ଗୋଟିଏ ମାମଲା ରହିଛି । ଦେଶ ତଥା ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେବା ଦ୍ୱାରା କରୋନାର ତୃତୀୟ ଲହର ଆସିବା ନେଇ ସୂଚନା ଦେଉଛି । ତୃତୀୟ ଲହର ଆସି ମୃତାହତ ସଂଖ୍ୟା ବଢ଼ାଇବ ଏବଂ ଲୋକଙ୍କୁ ହଇରାଣ କରିବ । ଆସନ୍ତା ସେପ୍‌ଟେମ୍ବର ସୁଦ୍ଧା ଦେଶରେ ତୃତୀୟ ଲହର ଆସିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି ।