ବ୍ରିଜ ତଳକୁ ଖସିଲା ବସ: ୨ମୃତ

ଘଟଣାସ୍ଥଳରେ ଯେଉଁ ମୃତ୍ୟୁ ହୋଇଛି ସେଥିରେ ….

ଢ଼େଙ୍କାନାଳ: ବସ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଯେଉଁ ମୃତ୍ୟୁ ହୋଇଛି ସେଥିରେ ଦୁଇ ଜଣ ମହିଳା ଅଛନ୍ତି । ତେବେ ଏହି ବସଟି ବ୍ରିଜ ତଳକୁ ଖସି ପଡିବାରୁ ଏହି ଦୁର୍ଘଟଣା ଘଟିଛି । ବସଟି ଭାରସମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ବସରେ ମୋଟ ୪୦ ଜଣରୁ ଅଧିକ ଯାତ୍ରୀ ଥିଲେ । ଏହା ସହିତ ୧୫ ଜଣ ଯାତ୍ରୀଙ୍କର ଅବସ୍ଥା ଗରୁତପୁର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ପଠାଯାଇଛି । ଅନ୍ୟ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୫୫ନଂ ରାଜପଥ ସିମିନଈ ପଞ୍ଚୁବଟି ନିକଟରେ ଏହି ଘଟଣା ଘଟିଛି । ବସଟି ବଲାଙ୍ଗୀର ହରିଶଙ୍କରରୁ କେନ୍ଦ୍ରାପଡାର ଇଚ୍ଛାପୁରକୁ ଯାଉଥିଲା ।