ଭିଜିଲାନ୍ସ ଜାଲରେ ଜଣେ ଡାକ୍ତର

ବ୍ରହ୍ମପୁର (ଏସ୍ ନ୍ୟୁଜ): ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ଡାକ୍ତର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ CHCର ବ୍ଲକ୍ ପବ୍ଲିକ୍ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନିଶିଥ୍ ନିଶଙ୍କ ମାଲୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡାକ୍ତର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍ବାସ୍ଥ୍ୟକର୍ମୀ ବେଣୁପାଣି ଦିଗାଲଙ୍କଠାରୁ RCM ଏବଂ TA ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ । ନିଶିଥଙ୍କ ଫିରିଙ୍ଗିଆ ସ୍ଥିତ ବାସଭବନ ଏବଂ ଭୁବନେଶ୍ବର ସୁନ୍ଦରପଦା ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତୁନୁ ପାଢୀ ସୂଚନା ଦେଇଛନ୍ତି ।