ରାଜ୍ୟରେ ଡଲଫିନ୍ ଗଣନା ଆରମ୍ଭ: ଭିତରକନିକାରେ ୯ଟି ଟିମ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ଆଜିଠାରୁ ଚିଲିକା ଓ ଭିତରକନିକାରେ ବିଭାଗ ପକ୍ଷରୁ ନିୟୋଜିତ ଟିମ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚିଲିକା ଅନ୍ତର୍ଗତ ବାଲୁଗାଁ ରେଞ୍ଜରେ ୧୦ଟି ଟିମ୍ ଡଲଫିନ ଗଣନା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ୧୮ଟି ଟିମର ୭୨ ସଦସ୍ୟଙ୍କୁ ଗଣନାରେ ସାମିଲ କରାଯାଇଛି। ଏନେଇ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ଓ ଭିତରକନିକାରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଆଜି ରବିବାର ଠାରୁ ଗଣନା ଆରମ୍ଭ କରାଯାଇଥିବା ରାଜନଗର ବନବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତିକ୍ରମେ ୫ ବର୍ଷ ହେଲା ଭିତରକନିକା.ରେ ଡଲଫିନ୍‌ ଗଣନା କରାଯାଉଛି। ଭିତରକନିକା ଅଂଚଳରେ ଡଲଫିନ୍‌ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି।