ମନ୍ତ୍ରୀଙ୍କ ମହାନତା ଯୋଗୁଁ ଆଜି ବଞ୍ଚି ଯାଇଛି ଦୁଇଟି ଅମୁଲ୍ୟ ଜୀବନ

ଟିଟିଲାଗଡ଼ (ଏସ୍ ନ୍ୟୁଜ‌):  ରାସ୍ତା ପାର୍ଶ୍ୱରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦମ୍ପତିଙ୍କୁ ଉଦ୍ଧାର କରି ନିଜ କାର୍‌ରେ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ଯାହାଫଳରେ ଉଭୟ ଦମ୍ପତିଙ୍କ ଜୀବନ ବଞ୍ଚି ଯାଇଛି।

ଆଜି ସନ୍ଧ୍ୟା ବେଳେ ବଡ଼ମାଲ୍‌ ଗୋଳାବାରୁଦ କାରଖାନାର ଦୁଇ କର୍ମଚାରୀ ବିଜୟ କୁମାର ମିଶ୍ର ଓ ତାଙ୍କ ପତ୍ନୀ ସୁନୀତା ବାଇକରେ ଘରକୁ ଫେରୁଥିବା ସମୟରେ ସଇଁତଳା ନିକଟରେ ବିପରୀତ ଦିଗରୁ ଆସିଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ୱାମୀ-ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ। ‌ ସେହି ସମୟରେ ବଲାଙ୍ଗିରିରୁ ନିଜ କାର୍‌ରେ ଟିଟିଲାଗଡ଼ ଫେରୁଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି ନିଜ କାର୍‌ରେ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।