କଟକରେ ବେଲଗାମ ଚାଲିଛି ନକଲି ସାମଗ୍ରୀ କାରବାର

ଭୁବନେଶ୍ୱର (ଏସ୍ ନ୍ୟୁଜ ):ଦିନକୁ ଦିନ କଟକରେ ବଢି ଚାଲିଛି ନକଲି ସାମଗ୍ରୀର କାରବାର । ଆଜି ସକାଳୁ କଟକ ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଅଂଚଳରୁ ବିପୁଳ ପରିମାଣର ନକଲି ଚା ପତି ଜବତ ହୋଇଛି । କଟକ ସଦର ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରି ପ୍ରାୟ ୪ କ୍ବିଣ୍ଟାଲ୍‌ରୁ ଅଧିକ ପରିମାଣର ନକଲି ଚା’ ପତି, ନାମୀଦାମୀ କମ୍ପାନିର ଲୋ‌ଗୋ, ଷ୍ଟିକର ଜବତ କରିଛି ଏବଂ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଚା’ରେ ପତ୍ର ଓ କାଠ ଗୁଣ୍ଡ ମିଶ୍ରଣ କରାଯାଉଥିଲା ବୋଲି ଅଭି‌ଯୋଗ ହୋଇଛି । ସେଠାରୁ ପୁଲିସ୍‌ ପତ୍ର ଓ କାଠ ଗୁଣ୍ଡ ମଧ୍ୟ ଜବତ କରିଛି ।