ରାୟଗଡ଼ା ଜିଲ୍ଲାରେ ଅନୁଭୂତ ହୋଇଛି ମୃଦୁ ଭୂକମ୍ପ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଭୋରରୁ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଭୂକମ୍ପ ଯୋଗୁ ଧନଜୀବନ ହାନୀ ହୋଇଥିବାର କୌଣସି ସୂଚନା ମିଳିପାରିନି। ଭୋରରୁ ଲୋକେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଅଧିକାଂଶ ଲୋକ ଏହାର ଝଟକା ଅନୁଭବ କରିପାରିନଥିଲେ । ତଥାପି କିଛି ଲୋକ ମୃଦୁ ଭୂକମ୍ପ ଅନୁଭବ କରିପାରି ଭୟଭୀତ ହୋଇପଡିଥିବା ସୂଚନା ମିଳିଛି ।