Elephant death case : ହାତ ଟେକିଦେଲେ ସରକାର!

ହାତୀ ମରିବା ମାମଲା..

Elephant death case : ଗୋଟିଏ ସପ୍ତାହ ଭିତରେ ଦୁଇଟି ହାତୀ ମରିବା ମାମୁଲି ଘଟଣା ନୁହେଁ । ଜଙ୍ଗଲ ଭିତରେ ହାତୀଗୋଠକୁ ରଖିବା ସରକାରଙ୍କ ପାଇଁ ଏକ ଚାଲେଞ୍ଜ ପାଲଟିଛି । ଜଙ୍ଗଲ ବାହାର ପାଖରେ ସରକାରଙ୍କ ପକ୍ଷରୁ ଲଗା ଯାଇଥିବା ସୌରଶକ୍ତି ଚାଳିତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈହାତୀ ମୃତ୍ୟୁବରଣ କରିଛି । ଅନୁଗୁଳ ଜିଲ୍ଲାରେ ଛେଣ୍ଡିପଦା ଜଙ୍ଗଲାଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ବନ କର୍ମଚାରୀଙ୍କ ବୟାନ ଅନୁସାରେ ହାତୀପଲଙ୍କ କବଳରୁ ଚାଷଜମିକୁ ସୁରକ୍ଷିତ ରଖିବା ପାଇଁ ସୌରଶକ୍ତି ଚାଳିତ ବିଦ୍ୟୁତ ତାର ଲଗା ଯାଇଥିଲା । ତେବେ ସେହି ବିଜୁଳି ତାର ଗୋଟିଏ ହାତୀର ଜୀବନ ନେଇଗଲା ।

ଲୋକମାନେ ଅଭିଯୋଗ କରିଛନ୍ତି, ବିଜୁଳି ତାରବାଡ଼ କରିଥିବା ବୈଷୟିକ କର୍ମଚାରୀମାନଙ୍କ ତ୍ରୁଟିପୂର୍ଣ୍ଣ କାମ କାରଣରୁ ହାତୀ ମରିଗଲା । ଉଚ୍ଚ କ୍ଷମତା ସଂପନ୍ନ ସୌରଶକ୍ତି ପ୍ରବାହିତ ବିଜୁଳି ତାର ଲଗାଇବା ଆଦୌ ଉଚିତ ନଥିଲା । ହାତୀର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ଛଡ଼ା ବରିଷ୍ଠ ବନ ଅଧିକାରୀ ଆଉ କ’ଣ ବା କରିପାରିବେ ।