୪ଟା ସୁଦ୍ଧା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସର୍ତକ:୨୧ ଜିଲ୍ଲାକୁ ହିଟୱେଭ ସତର୍କତା

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଧିରେ ଧିରେ ବଢୁଛି ତାତି । ଆଜି ବି ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ । ୪ଟା ଯାଏଁ ୨୧ଟି ଜିଲ୍ଲାକୁ ହିଟୱେଭ ସତର୍କତା ଜାରି ପାଣିପାଗ ବିଭାଗ । ଖରାକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଆଜି ୪ଟା ସୁଦ୍ଧା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସର୍ତକ କରିଛି ପାଣିପାଗ ବିଭାଗ । କାଲି ଭଳି ଆଜି ବି ରାଜ୍ୟରେ ପ୍ରଚଣ୍ଡ ଖରା ହେବା ନେଇ ସୂଚନା ରହିଛି ।

ତେବେ ଗତକାଲି ୪୧ ଡିଗ୍ରୀ ଉପରେ ରାଜ୍ୟର ୧୩ଟି ସହରର ତାପମାତ୍ରା ଥିଲା । ବିଶ୍ୱର ସୁବୁଠୁ ଉତ୍ତପ୍ତ ୫ଟି ସହର ମଧ୍ୟରେ ଓଡିଶାର ୩ଟି ସହର ଥିଲା । ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଥିଲା ଭୁବନେଶ୍ୱର । ସମସ୍ତ ରେକର୍ଡ ଭାଙ୍ଗି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ୍ ହୋଇଥିଲା ।