ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ଅଭିଯୋଗ କଲେ ପରିବାର ଲୋକ !

ମାହାଙ୍ଗା: କଟକ ଜିଲ୍ଲାର ମାହାଙ୍ଗା ଥାନା ଭେଡ଼ା ସାଲେପୁର ଗ୍ରାମରେ ଅନ୍ନପୂର୍ଣ୍ଣା ମହାପାତ୍ର ନାମକ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ମହିଳା ଜଣକ ସେହି ଗ୍ରାମର ବାସିନ୍ଦା ଅଟନ୍ତି । ଖବର ପାଇ ଜୟପୁର ଫାଣ୍ତି ଅଧିକାରୀ ଘଟଣା ସ୍ଥଳରେ ପହଂଚିଛନ୍ତି।

ଖବର ଅନୁଯାୟୀ, ଅନ୍ନପୂର୍ଣ୍ଣାଙ୍କ ସ୍ବାମୀଙ୍କ ତିନିବର୍ଷ ତଳେ ମୃତ୍ୟୁ ପରେ ଏକମାତ୍ର ପୁଅକୁ ନେଇ ରହୁଥିଲେ। ଗତ କିଛିଦିନ ହେବ ପୁଅ ବାହାରକୁ କାମ କରିବାକୁ ଚାଲି ଯାଇଥିବାରୁ ଅନ୍ନପୂର୍ଣ୍ଣା ଏକୁଟିଆ ରହୁଥିଲେ। ଆଜି ଘର ଠାରୁ ୨ଶହ ମିଟର ଦୂର ଏକ ନାଳି ମଧ୍ୟରୁ ତାଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ବାପଘର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥ‌ଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ମୃତ ମହିଳାଙ୍କ ଜଣଙ୍କ ଶୌଚ ହେବା ପାଇଁ ଯାଇଥିବାବେଳେ ସୁଯୋଗ ପାଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇ ହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।