ବିଚ୍ ରାସ୍ତାରେ ବାପା ଓ ଝିଅଙ୍କୁ ଭୁଜାଲି ଚୋଟ By Shaksi News Last updated Jul 16, 2021 0 ଭଦ୍ରକ,(ଏସ୍ ନ୍ୟୁଜ): ବିଚ୍ ରାସ୍ତାରେ ବାପା ଓ ଝିଅଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଏଲଖା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ। ଆହୁରି ପଢ଼ନ୍ତୁ... ନାବାଳିକାଙ୍କୁ ଦୁଷ୍କର୍ମ Sep 18, 2026 ରୋହିତଙ୍କ ରେକର୍ଡ ଭାଙ୍ଗି ଇତିହାସ… Sep 18, 2026 କ୍ରିକେଟର ପୃଥ୍ୱୀ ଶ’ ଓ ଆକୃତି… Sep 18, 2026 ଡାର୍କ ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ… Sep 18, 2026 ସୂଚନାଯୋଗ୍ୟ ଯେ, ରାସ୍ତାରେ ବାଲି ଓ ଚିପ୍ସ ଗଦା ହେବାକୁ ନେଇ ପ୍ରତିବାଦ କରିବାରୁ ବାପା ଓ ଝିଅକୁ ଭୁଜାଲିରେ ଆକ୍ରମଣ ହୋଇଛି। ବାପା ଓ ଝିଅଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ଗାଁର ଏହି ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା। ତେବେ ଶୁକ୍ରବାର ରାସ୍ତାରେ ବାଲି, ଚିପ୍ସ ଗଦା ହେବାକୁ ନେଇ ପ୍ରତିବାଦ କରିବାରୁ ଏଭଳି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୩ ଜଣ ଥାନାରେ ଅଟକ ଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। Continue Reading #odianews#odishanews#STATE NEWSCrimeNews 0 Share