OUATର ପୂର୍ବତନ କୁଳପତି DP ରାୟଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତିଙ୍କ ଦେହାନ୍ତ ହୋଇଛି । ପ୍ରଫେସର ଦେବି ପ୍ରସାଦ ରାୟ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବରୁ ଶ୍ରୀ ରାୟ ଓୟୁଏଟିର କୁଳପତି ଦାୟିତ୍ୱରେ ରହିଥିବା ବେଳେ ମୃତ୍ୟୁ ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟି (ସୋଆ)ର କୁଳାଧିପତି ଭାବେ କାର୍ଯ୍ୟ କରୁଥିଲେ । ତେବେ ପ୍ରଫେସର ରାୟଙ୍କ ମୃତ୍ୟୁ ପରେ ସୋଆ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରାଯାଇଛି ।