ଗଞ୍ଜାମ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯାଳୟ ସଭା ଗୃହରେ ଜନ ଆରୋଗ୍ୟ ସମିତି ଏବଂ ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ ତ୍ୱରିତ ପାଇଁ ଜିଲ୍ଲା ସ୍ତରୀୟ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମଞ୍ଚଳରେ ସ୍ୱାସ୍ଥ୍ୟ ସେବା କିଭଳି ସହଜରେ, ସରଳରେ ଏବଂ ଘରେ ଘରେ ଲୋକମାନଙ୍କ ଠାରେ ପହଂଚି ପାରିବା ନିମନ୍ତେ ଗାଁ ଜଲ୍ୟାଣ ସମିତି ର ସଦସ୍ୟ ଏବଂ ଜନ ଆରୋଗ୍ୟ ସଦସ୍ୟ ମାନଙ୍କ ଦକ୍ଷତା ବୃଦ୍ଧି ନେଇ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ମାନେ ତାଲିମ ପ୍ରଦାନ କରିଥିଲେ । ଗ୍ରାମାଞ୍ଚଳ ରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କ ରେ ରୋଗୀ ମାନଙ୍କ ନିମନ୍ତେ ରୋଗ ପ୍ରତିଷେଧକ, ସହଜରେ ରୋଗ ନିଦାନ ପାଇଁ ପ୍ରୋତ୍ସାହିତ କରିବା,ରୋଗ କବଳରୁ ଆରୋଗ୍ୟ କରିବା, ରୋଗୀ କୁ କିଭଳି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା, ଜଣେ ରୋଗୀ କୁ କିଭଳି ସୁବିଧା ରେ ଉପସମ କରାଇବା ନେଇ ବ୍ଲକ ସ୍ତରୀୟ ତାଲିମ ଦାତା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।
ଉକ୍ତ ତାଲିମ ଶିବିରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ୟାମସୁନ୍ଦର ତ୍ରିପାଠୀ,ରାଜ୍ୟ ସ୍ୱାସ୍ଥ୍ୟ ମିଶନ ର ରାଜ୍ୟ ଗୋଷ୍ଠି ପକ୍ରିୟା ର ପ୍ରଶିକ୍ଷଣ ସହ ପରିଚାଳିକା ଜ୍ୟୋତ୍ରୀମୟୀ ଜେନା, ଜିଲ୍ଲା ଆଶା ଏବଂ ଗାଁ କଲ୍ୟାଣ ସମିତି ର ସହ ପରିଚାଳକ ଆଶିଷ କୁମାର ମିଶ୍ର, ଜିଲ୍ଲା ଗୁଣାଭତ୍ତା ସହ ପରିଚାଳକ ସଞ୍ଜୟ କୁମାର ପରିଡା, ଡାକ୍ତର ରାଜେଶ ମିଶ୍ର, ଡାକ୍ତର ସସ୍ମିତା ପୃଷ୍ଟି, ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ପ୍ରମୁଖ ତିନିଦିନ ଧରି ତାଲିମ ପ୍ରଦାନ କରିଛନ୍ତି । ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସ୍ତରୀୟ ତାଲିମ ଦାତା, ଧରାକୋଟ, ବେଗୁନିଆପଡା, ରଙ୍ଗେଈଲୁଣ୍ଡା, ହିଞ୍ଜିଳିକାଟୁ, ଦିଗପହଣ୍ଡି, ପାତ୍ରପୁର, ସୋରଡ଼ା, ଶେରଗଡ଼, ଗ୍ୟାଲେରୀ, ଏବଂ ଖଲିକୋଟ ବ୍ଲକ ସମେତ ପ୍ରାୟ ୭୦ ଜଣ ତାଲିମ ଦାତା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ତିନିଦିନ ତାଲିମ ରେ ଜନ ଆରୋଗ୍ୟ ସମିତି ର ଦାୟିତ୍ୱ, ଭୂମିକା, କାର୍ଯ୍ୟ ପନ୍ଥା, ଗାଁ କଲ୍ୟାଣ ସମିତି ର ପାଣ୍ଠି,ଉକ୍ତ ପାଣ୍ଠିର ପରିଚାଳନା,ସ୍ଵଛତା ଅଭିଯାନ ଅନ୍ତର୍ଗତ ଜଳ, ପରିମଳ, ପରିଷ୍କାର ଓ ପାରିଛନ୍ନତା ନିମନ୍ତେ ଏଗାର ମାସିକ ଅଭିଯାନ, ଗାଁ କଲ୍ୟାଣ ଓ ଜନ ଆରୋଗ୍ୟ ସମିତି ର ସଦସ୍ୟ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତି କରାଯାଇଥିଲା ।