ଗଞ୍ଜାମ ଜିଲ୍ଲା ହାତୀଓଟରେ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର

ଅସହାୟ ଗରୀବ ଗୁରୁବା ଓ ବୃଦ୍ଧ ବୃଦ୍ଧା ନିଜ ସ୍ବାସ୍ଥ୍ୟର ଜତ୍ନ

ପୋଲସରା : ଅସହାୟ ଗରୀବ ଗୁରୁବା ଓ ବୃଦ୍ଧ ବୃଦ୍ଧା ନିଜ ସ୍ବାସ୍ଥ୍ୟର ଜତ୍ନ ନେବାରେ କଷ୍ଟ ଅନୁଭବ କରୁଥିବା ବେଳେ ସେମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଯାହାକୁ ନେଇ ଶୁକ୍ରବାର ନିଜ ହାତୀଓଟ ସ୍ଥିତ ଜରାଶ୍ରମରେ ଏକ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରିଥିଲେ । ଯେଉଁଠି ଭୁବନେଶ୍ୱର ପଦ୍ମିନୀ କେୟାର ପକ୍ଷରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ଉପସ୍ଥିତି ରହିଥିଲା । ସକାଳ ୯ ଘଣ୍ଟାରୁ ହାତୀଓଟ ଜରାଶ୍ରମକୁ ଶହଶହ ମହିଳା ପୁରୁଷ ଓ ବୃଦ୍ଧ ବୃଦ୍ଧା ମାନଙ୍କର ଧାଡ଼ି ଲାଗିରହିଥିଲା ।ପ୍ରତ୍ୟେକ ରୋଗୀ ନିଜ ରୋଗର ନିରାକରଣ ପାଇଁ ଆଧାର କାର୍ଡ ,ମୋବାଇଲ ଫୋନ୍ ଓ ଆୟୁଶମାନ କାର୍ଡ଼ ଧରି ନିଜ ନାମ ପଞ୍ଜିକରଣ କରୁଥିଲେ । ଯାହା ପୋଲସରା ଅଞ୍ଚଳର ନିରୀହ ଗରିବ ଗୁରୁବା ଏବଂ ବୃଦ୍ଧ ବୃଦ୍ଧା ମାନଙ୍କୁ ଏହି ସ୍ବାସ୍ଥ୍ୟ ଶିବିରରେ ଉତ୍ତମ ଚିକିତ୍ସାର ପରାମର୍ଶ ପାଇବା ସହିତ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ଔଷଧ ମଧ୍ୟ ନିଶୁଳ୍କ ଭାବେ ପ୍ରଦାନ କରା ଯାଇଥିଲା । ପରିଣତି ବୟସରେ ବୃଦ୍ଧ ବୃଦ୍ଧା ମାନେ କୌଣସି ନା କୌଣସି ରୋଗରେ ପୀଡିତ ହୋଇ ବହୁ କଷ୍ଟ ଯନ୍ତ୍ରଣା ଭୋଗୁଛନ୍ତି । ଯାହା ଏଭଳି ନିଶୁଳ୍କ ସ୍ବାସ୍ଥ୍ୟ ସେବା ହାତୀଓଟ ନିଜ ଗ୍ରାମ ନିକଟରେ ହୋଇ ଥିବାରୁ ସମସ୍ତେ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଉକ୍ତ ସ୍ବାସ୍ଥ୍ୟ ସେବାରେ ଡ଼ାକ୍ତର ଅସରମ ପଣ୍ଡା , ରାହୁଲ ଦାସ ,ଶେଖର ଚନ୍ଦ୍ର ସାହୁ , ସୁଭମ ପ୍ରିତମ ସାହୁ ଓ ଜେନେରାଲ ମ୍ୟାନେଜର ପି.କେ ପଟ୍ଟନାୟକ ପ୍ରମୁଖ ସମେତ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହାସହିତ ଜରାଶ୍ରମର ପରିଚାଳକ ଚତୃଭୂଜ ପଟ୍ଟନାୟକ, ସମିତି ସଭ୍ୟ କାହ୍ନୁଚରଣ ସାହୁ, ସୁଜିତ କୁଣ୍ଡ,ଅରୁଣ ସାହୁ,ଟୁଟୁ ସାହୁ ସମେତ ବହୁ ଯୁବକ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।  ଗଣେଶ ପାଣିଗ୍ରାହୀ