ଗଞ୍ଜାମ(ସାକ୍ସୀ ନ୍ୟୁଜ୍): ଧରାକୋଟ ବ୍ଲକ ଅନ୍ତର୍ଗତ ବରଡ଼ାବିଲି ପଞ୍ଚାୟତ ହରିପୁର ଗ୍ରାମରେ ଗ୍ରାମବାସୀ ଛାତ୍ର ଛାତ୍ରୀ ଓ ଆଖ ପାଖ ପଞ୍ଚାୟତର ଲୋକଙ୍କ ଭିତରେ ଦେଖିବାକୁ ମିଳିଛି ଦେଶ ପ୍ରେମର ଭାବନା । ଭାରତର ଜାତୀୟ ପତାକା ତଥା ‘ତିରଙ୍ଗା’ର ଇତିହାସ ଏବଂ ତିରଙ୍ଗା ଯାତ୍ରାର କାହାଣୀ ଅତ୍ୟନ୍ତ ଗୌରବମୟ । ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ତିରଙ୍ଗାର ଜନ୍ମ ହୋଇଥିଲା । ଓଡ଼ିଶା ସମେତ ସାରା ଦେଶରେ ପାଳିତ ହେଉଥିବା ‘ହର୍ ଘର୍ ତିରଙ୍ଗା’ ଏବଂ ତିରଙ୍ଗା ଯାତ୍ରା ଆମର ସେହି ବୀର ସହୀଦମାନଙ୍କ ବଳିଦାନକୁ ମନେ ପକାଇଥାଏ ।
ଆମ ଦେଶର ଗୌରବ ତ୍ରିରଙ୍ଗା ପତାକାକୁ ସନମାନ ଜଣାଇ ଦେଶ ପ୍ରେମରେ ରଙ୍ଗେଈ ହୋଇ ଭାରତ ମାତାର ଜୟ ଜୟ କାର ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କରି ତ୍ରିରଙ୍ଗା ଯାତ୍ରା ରେ ପ୍ରାୟ ୫୦୦ରୁ ଉର୍ଧ ଲୋକଙ୍କ ସହ ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ.ଉତ୍ତମ ପାଣିଗ୍ରାହୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ଉକ୍ତ ଶୋଭା ଯାତ୍ରା ରେ ଜାହଡା ମଣ୍ଡଳ ପ୍ରତିନିଧି ଗରିବ ନାଇକ, ମାଣିକ୍ୟପୁର ମଣ୍ଡଳ ପ୍ରତିନିଧି ଶଙ୍କର ପାଣିଗ୍ରାହୀ,ନିରଞ୍ଜନ ନାୟକ,ଭଜନ ସ୍ୱାଇଁ ,ଅଜୟ ପଣ୍ଡା,ରଞ୍ଜନ ପ୍ରଧାନ,ଭଜରାମ ବିଷୋୟୀ,ସରୋଜ ବିଷୋୟୀ ,କୈଳାଶ ପାଣିଗ୍ରାହୀ,ଅନିଲ ନାୟକ, ହରିପୁର ଗ୍ରାମ ବାସି,ହରିପୁର ବିଦ୍ୟାଳୟ ଛାତ୍ର ଛାତ୍ର ଛାତ୍ରୀ ଓ ଶିକ୍ଷକ ବୃନ୍ଦାଙ୍କ ମିଳିତ ପ୍ରୟାସରେ ତ୍ରିରଙ୍ଗା ପାଦ ଯାତ୍ରା ସଫଳ ହୋଇଥିବା ଦେଖିବାକୁ ମିଳିଛି । ଧରାକୋଟରୁ ଗଣେଶ ପାଣିଗ୍ରାହୀ ଙ୍କ ରିପୋର୍ଟ