ବ୍ରହ୍ମପୁରରେ ଟ୍ରାଫିକ ପୋଲିସଙ୍କୁ ମାଡ଼ ଅଭିଯୋଗ

୨ ଯୁବକ ଗିରଫ…

ଗଞ୍ଜାମ(ସାକ୍‌ସୀ ନ୍ୟୁଜ୍‌): ବ୍ରହ୍ମପୁର ସହରସ୍ଥିତ ବିଶାଲ ମେଗା ମାର୍ଟ ଛକ ନିକଟରେ ଗତକାଲି ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ବ୍ରହ୍ମପୁର ଟାଉନ ଥାନା ପୋଲିସ ଦୁଇଜଣ ନିଶାସକ୍ତ ଯୁବକଙ୍କୁ ଗିରଫ କରିଛି।

ଗିରଫ ଯୁବକଙ୍କ ଠାରୁ ଏକ ଚାରିଚକିଆ ଗାଡ଼ି ମଧ୍ୟ ପୋଲିସ ଜବତ କରିଛି। ଘଟଣାକୁ ନେଇ ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଛି।  ଗଞ୍ଜାମରୁ ଗଣେଶ ପାଣିଗ୍ରାହୀ, ରିପୋର୍ଟ