ଘୋଷ ଯାତ୍ରା ୨୦୨୧,ତିନି ରଥର ପ୍ରଥମ ଭୂଇଁ ନିର୍ମାଣ ଶେଷ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଘୋଷ ଯାତ୍ରା ୨୦୨୧ ଚଳଚଞ୍ଚଳ ପୁରୀ ସାରା ବିଶ୍ୱରେ ପ୍ରଭୁ ଶ୍ରୀ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ରଥ ଖଳାଠାରେ, ୪୨ ଗୋଟି ଚଉଦ ନାହାକା ମଧ୍ୟରୁ ୨୦ଟି ଚଉଦ ନାହାକା ଖମ୍ବି ନିର୍ମାଣ ଶେଷ ହୋଇଛି । ଏଥି ସହ ତିନି ରଥର ପ୍ରଥମ ଭୂଇଁ ନିର୍ମାଣ ଶେଷ ହୋଇ, ପରୀକ୍ଷା ମୂଳକ ଭାବେ ଫ୍ରେମ ସେଟିଙ୍ଗ କରାଯାଇଛି ।

ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ କାର୍ଯ୍ୟ ଜାରି ରହିଛି ।
ସୂଚନା ଥାଉକି, ଅପରପକ୍ଷରେ ସ୍ନାନଯାତ୍ରା ର ୪୮ଘଣ୍ଟା ପୂର୍ବରୁ ସ୍ୱାବ ଟେଷ୍ଟିଂ ନେଗେଟିବ ରିପୋର୍ଟ ନିଶ୍ଚିତ । ସରକାରଙ୍କ ମାର୍ଗଦର୍ଶୀକା ପ୍ରକାରେ ମହାପ୍ରଭୁଙ୍କ ୨୦୨୧ ସ୍ନାନଯାତ୍ରା ନୀତି କାନ୍ତି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହୁଥିବା ଶ୍ରୀମନ୍ଦିରସେବାୟତ ଏବଂ କର୍ମଚାରୀ ମାନେ କୋଭିଡ଼ ଟୀକାକରଣ ର ୨ ଗୋଟି ଡୋଜ ନେଇଥିଲେ ହେଁ ସ୍ନାନଯାତ୍ରା ନୀତିରେ ଯୋଗଦେବା ପାଇଁ ପ୍ରାଧିକୃତ ସେବାୟତ ଏବଂ କର୍ମଚାରୀ ମାନଙ୍କ ସ୍ୱାବ ଟେଷ୍ଟିଂ ବାଧ୍ୟତାମୂଳକ ଅଟେ। ଏଣୁ ସ୍ନାନଯାତ୍ରା ର ୪୮ଘଣ୍ଟା ପୂର୍ବରୁ ସ୍ୱାବ ଟେଷ୍ଟିଂ ନେଗେଟିବ ରିପୋର୍ଟ ନିଶ୍ଚିତ କରାଇବା ପାଇଁ, ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଆଜି ତା ୨୦.୬.୨୦୨୧ ରିଖ ଠାରୁ ତା ୨୨.୬.୨୦୨୧ ପର୍ଯ୍ୟନ୍ତ ବଡଦାଣ୍ଡସ୍ଥ ଉତ୍କଳ ହିନ୍ଦୀ ବିଦ୍ୟା ପୀଠ ଠାରେ ସକାଳ ଘ. ୯.୦୦ ରୁ ଦିବା ଘ.୧.୦୦ ଟା ଏବଂ ଅପରାହ୍ନ ଘ.୩.୦୦ ଟା ରୁ ସନ୍ଧ୍ୟା ଘ.୬.୦୦ ଟା ପର୍ଯ୍ୟନ୍ତ ଏହି ସ୍ୱାବ ଟଷ୍ଟିଂ ସେଣ୍ଟର କାର୍ଯ୍ୟ କରିବ। ଏଣୁ ନିଜ ନିଜର ସ୍ୱାବ ଟେଷ୍ଟିଂ ଧାର୍ଯ୍ୟ ସମୟ ଭିତରେ କରାଇ ନେବାକୁ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି।