ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ଆୟୋଜିତ ହୋଇଛି ଓଡ଼ିଶା ଉସôବ । କୋଲକାତାସ୍ଥିତ ନ୍ୟାସ୍ନାଲ୍ ଲାଇବ୍ରେରୀ ଅଡ଼ିଟୋରିୟମଠାରେ “ଓଡ଼ିଶା ଉସôବ’ ଆୟୋଜିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, “ଓଡ଼ିଶାର ସମୃଦ୍ଧ କଳା, ସାହିତ୍ୟ, ଐତିହ୍ୟ ଓ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ଦିଗରେ ଆମ ପ୍ରବାସୀ ଓଡ଼ିଆମାନେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ପ୍ରବାସୀ ଓଡ଼ିଆ ମାତୃଶକ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଓଡ଼ିଆ ଘରର ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହ ଏହାକୁ ବିଶ୍ୱବିଦିତ କରିବା ଦିଗରେ ଆମ ମାତୃଶକ୍ତିର ଭୂମିକା ଅଗ୍ରଗଣ୍ୟ ।
ପ୍ରବାସୀ ଓଡ଼ିଆ ଭାଇଭଉଣୀମାନଙ୍କୁ ଓଡ଼ିଶାର ସାଂସ୍କୃତିକ ରାଜଦୂତ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ ।ଆମ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀମାନେ ଓଡ଼ିଶା ବାହାରେ ରହୁଛନ୍ତି ସତ, କିନ୍ତୁ ଓଡ଼ିଆମାନଙ୍କ ଭିତରୁ ଓଡ଼ିଶାକୁ କେହି କାଢ଼ିପାରିବେ ନାହିଁ । ତେଣୁ ବିକଶିତ ଓଡ଼ିଶା-୨୦୩୬ ନିର୍ମାଣରେ ପ୍ରବାସୀ ଓଡ଼ିଆଙ୍କ ଯୋଗଦାନ ଏକାନ୍ତକାମ୍ୟ ।’
ସେ ଆହୁରି ମଧ୍ୟ କହିଥିଲେ ଯେ, “ପ୍ରବାସୀ ଓଡ଼ିଆମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିଦେ୍ର୍ଦଶାଳୟ ନିରନ୍ତର ଭାବେ ନିଜର କାର୍ଯ୍ୟ କରିଆସୁଛି । ପ୍ରବାସୀ ଓଡ଼ିଆ ସମାଜର ବିକାଶ ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ’ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସୂରଜ ପ୍ରବାସୀ ଓଡ଼ିଆ ସାହିତି୍ୟକ ଓ ପ୍ରବାସୀ ଓଡ଼ିଆ ଅନୁଷ୍ଠାନଗୁଡ଼ିକୁ ସମ୍ବର୍ଦ୍ଧିତ କରିଥିଲେ ।
ଓଡ଼ିଶା ଉସôବରେ ଓଡ଼ିଶାର ଲୋକକଳା, ସମୃଦ୍ଧ ଐତିହ୍ୟ ଓ ପରମ୍ପରା, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ଆଦିକୁ ପ୍ରଦର୍ଶିତ କରାଯାଇଥିଲା ।ଏଥିସହ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ, ସାହିଯାତ, ଛଉ, ଘୁମୁରା, ଢେମସା, ପଶୁମୁଖା, ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।
ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡା. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା, ଉକôଳୀୟ ମିଳିତ ମଂଚ ସଭାପତି ରବି ନାରାୟଣ ମହାପାତ୍ର, ସାଧାରଣ ସଂପାଦକ, ଶିକ୍ଷା ସମୂହ, ଉକôଳୀୟ ମିଳିତ ମଂଚ ବିଜୟ କୁମାର ବାରିକ, ଅଧ୍ୟକ୍ଷ, ଶିକ୍ଷା ସମୂହ, ଉକôଳୀୟ ମିଳିତ ମଂଚ କ୍ଷୀରୋଦ କୁମାର ଧଳ, ବିଭିନ୍ନ ପ୍ରବାସୀ ଓଡ଼ିଆ ସମାଜର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ ।ଓଡ଼ିଶା ପରିବାର ନିଦେ୍ର୍ଦଶାଳୟର ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ପ୍ରିତିଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।