କୋର୍ଟ ଚାଲାଣ ହେଲା ଗୋବିନ୍ଦ, ରିମାଣ୍ଡ ଆବେଦନ କରିବ ପୋଲିସ

କଳାହାଣ୍ଡି: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟ ସରଗରମ ହୋଇ ଉଠିଛି । ମମିତାଙ୍କୁ ହତ୍ୟା କରିଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁ ସ୍ୱୀକାର କରିସାରିଥିବା ବେଳେ ଏହି ଘଟଣାରେ ନୂଆ ନୂଆ ଖୁଲାସା ହେଉଛି । ତେବେ ଏହା ମଧ୍ୟରେ ଗୋବିନ୍ଦଙ୍କୁ କୋର୍ଟ ଚାଲାଣ କରାଯାଇଛି । ବଙ୍ଗୋମୁଣ୍ଡା ଏସଡିଜେଏମ୍ କୋର୍ଟରେ ତାକୁ ହାଜର କରିଛି ପୋଲିସ । ତେବେ ଖୁବଶୀଘ୍ର ପୋଲିସ ଗୋବିନ୍ଦକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କର ବହିଷ୍କାର ଓ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋବିନ୍ଦ ଓ ଡ୍ରାଇଭରକୁ ଜେରା ପରେ ଏହି ଘଟଣାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଗୋବିନ୍ଦ ସମେତ ଅନ୍ୟମାନଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି । ଘଟଣା ପଛରେ ବହୁ ଲୋକଙ୍କ ସମ୍ପୃକ୍ତ ରହିଥିବାର ସନ୍ଦେହ କରାଯାଉଛି ।