ଅକ୍ଟୋବର ୨୯ ତାରିଖ ଆସିଲେ ଆଜିବି ମନ ଭିତରେ ଭୟ ଜାଗରଣ ସୃଷ୍ଟି ହେଉଛି । କାହିଁକିନା ଆଜି ହେଉଛି ସେହି ଅକ୍ଟୋବର ୨୯ ତାରିଖ । ମସିହା ବଦଳିଛି ସତ କିନ୍ତୁ ତାରିଖ ବଦଳିନି । ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା । ଏତେ ଭୟଙ୍କର ଥିଲା ଯେ, ଓଡ଼ିଶାର ଉପକୂଳ ଅଞ୍ଚଳକୁ ପୁରା ଛାରକାର କରିଦେଲା । ଆଉ ଏଥିରେ ବହୁତ କ୍ଷତି ହୋଇଗଲା ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ ।
ଏଭଳି ବାତ୍ୟା ୧୯୯୯ ମସିହା ପୃର୍ବରୁ କେବେ ହୋଇନଥିଲା ବୋଲି ବୁଦ୍ଧିଜୀବୀ କୁହନ୍ତି । ସେ ଦିନର କଥା ମନେ ପଡିଗଲେ ଆଜିବି ଆଖିରେ ଲୁହ ଆସିଯାଏ ଓ ଶରୀର ଶୀତେଇ ଉଠେ । ଯିଏ ଏହି ମହାବାତ୍ୟାକୁ ଅଙ୍ଗେ ଲିଭାଇଛି ସେହି ଜାଣିଛି ଏହାର କରାଳରୂପ । ଓଡିଶାକୁ କଣ କରିଦେଲା ମହାବାତ୍ୟା । ଜୁଆଡେ ଅନାଇବ ପୁରା ମଶାଣି ପରି ଲାଗୁଥାଏ । ପବନର ବେଗ ଏତେ ଥିଲାଯେ, ବିରାଟ ବିରାଟ ଗଛ ଠାରୁ ଆରମ୍ଭ କରି ଚାଳ ଛପର ଏମିତିକି କୋଠାଘରକୁ ସବୁ ଭାଙ୍ଗି ରୁଜି ମାଟିରେ ମିଶାଇଦେଲା ।
ଏରସମା ଅଞ୍ଚଳ କଥା ନକହିଲେ ଭଲ । ପବନର ବେଗ ଏତେ ଭୟଙ୍କର ଥିଲା ସମୁଦ୍ରରୁ ସୁନାମି ମାଡିଆସିଲା । ଆଉ ଏରସମା ଅଞ୍ଚଳକୁ ପୁରା ବାଲି ଚରରେ ପୋତି ପକାଇଲା । ଆଉ ଲକ୍ଷଧିକ ଲୋକଙ୍କ କୁଢ଼ କୁଢ଼ ଶବ ସେହି ବାଲିରେ ପୋତି ହୋଇଗଲେ । ଆଉ କିଛି ଅଶାନ୍ତ ସମୁଦ୍ର ଭିତରକୁ ଚାଲିଗଲେ । କେହିକାହାର ଚି଼ହ୍ନବର୍ଣ୍ଣ ପାଇଲେନାହିଁ । ଖାଲି ଲୋକଯେ ମଲେନି ଘରେ ପାଳିଥିବା ଲକ୍ଷ ଲକ୍ଷ ପଶୁ ପକ୍ଷୀବି ମହାବାତ୍ୟାର କଳାର ରୂପରେ ଚାଲିଗଲେ । ସେ ଯୋଉ ଭୟଙ୍କର ସ୍ଥିତି ସେ କଥା ଆଜି ମନେ ପଡିଗଲେ ଲୋମ ଟାଙ୍କୁରୀ ଉଠିଯାଉଛି । ଆହାକାର ହୋଇଗଲା ସାରା ଓଡିଶା । ନିରବଚି଼ହ୍ନ ପାଲଟିଗଲା ଉତ୍କଳ ଭୂମି । ଖାଇବାବିନା, ରହିବାବିନା ଲୋକେ ପାଗଳ ପରି ହୋଇଗଲେ ।
ମହାବାତ୍ୟା ଏମିତି ତାଣ୍ଡବ ସୃଷ୍ଟି କଲାଯେ କିଛିବି ରହିଲାନି । ଘରଦ୍ୱାରା ସବୁ ମାଟିରେ ମିଶି ଲୋକଙ୍କୁ ବେସାହାରା କରିଦେଲା । ସେ ଯୋଉ ରାତି ନଖାଇନପିଇ ଯେଉଁ ପରି ଭାବେ ଭୟଭୀତ ହୋଇ ରହିଥିଲେ ଆଜି ସେ କଥା ମନେପଡ଼ିଗଲେ ମନ ଭିତରେ ଗୋଟେ ଡର ଆସିଯାଉଛି । ସେତେବେଳେ କାଁଭା କୋଠା ଘର ଥାଏ । ପ୍ରାୟ ବହୁତ ଚାଳ ଘର ଲୋକଙ୍କର ଥାଏ। ନା ସେତେବେଳେ ବାତ୍ୟା ଆଶ୍ରୟ ଥିଲା, ନା ଆଗୁଆ ସୂଚନା ଥିଲା । ଏବେତ ସେ ସବୁର ବହୁତ ସୁବିଧା ହୋଇଗଲାଣି । ଆଗୁଆ ସୂଚନା ମିଳିଯାଉଛି । ଅକ୍ଟୋବର ମାସ ଆସିଲେ ଲୋକଙ୍କ ମନଭିତରେ ଭୟ ଉପୁଜୁଛି କାହିଁକ ନା ସେ ମହାବାତ୍ୟା ଆଉ ଆସିବନିତ । ଆମର କିଛି କ୍ଷତି କରିବନିତ ଏମିତି ବହୁତ କଥା ମନଭିତରୁ ଆସୁଛି…..? । ମହାବାତ୍ୟା ଆସିଲା… କ୍ଷତି କରିଚାଲିଗଲା । ବର୍ଣ୍ଣ ରହିଲା କିନ୍ତୁ କ୍ଷତ ଶୁଖିଲାଣି….. I (ସୁଧାଂଶୁ ପରିଡା )