ଓଡ଼ିଶାରେ ଏକକାଳୀନ ୧୧ଟି ଜିଲ୍ଲାରେ ଫର୍ଣ୍ଣିଚର ସୋରୁମରେ ଜିଏସଟି ବିଭାଗର ଚଢ଼ାଉ

ଭୁବନେଶ୍ୱର: ଆଜି ରାଜ୍ୟର ଏକକାଳୀନ ୧୧ଟି ଜିଲ୍ଲାରେ ଜିଏସଟି ବିଭାଗ ରେଡ଼ କରୁଛି | ଜିଏସଟି ବିଭାଗ ପକ୍ଷରୁ ଫର୍ଣ୍ଣିଚର ଡିଲରଙ୍କ ୩୨ଟି ସୋ ରୁମ ଓ ଗୋଦାମରେ ଏକକାଳୀନ ଚଢାଉ କରାଯାଇଛି | ଭୁବନେଶ୍ୱରରେ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବାବେଳେ ଟିକସ ଫାଙ୍କିବା ଅଭିଯୋଗରେ ରେଡ଼ କରାଯାଇଛି | ମୋଟ ୧୩୬ ଜଣ ଅଫିସର ରେଡ଼ରେ ସାମିଲ ହୋଇଛନ୍ତି | କଟକ, ଭୁବନେଶ୍ୱର, ବାଲେଶ୍ବର, ବ୍ରହ୍ମପୁର, ଭଦ୍ରକ,କେନ୍ଦ୍ରାପଡା, ସମ୍ବଲପୁର, ବରଗଡ,ରାଉରକେଲା, ଭବାନୀପାଟଣା, କଣ୍ଟାବାଞ୍ଜି ଇତ୍ୟାଦି ସ୍ଥାନରେ ଚଢ଼ାଉ ଚାଲିଛି |