ଅପରାଧୀଙ୍କ ନିକଟରେ ପଂହଁଚାଇବା ଅତିଥି ଆପ୍ପ

ଭୁବନେଶ୍ୱର(ଏସ୍ ନ୍ୟୁଜ): କମିଶନରେଟ୍ ପୁଲିସ ରାଜ୍ୟରେ ଅପରାଧ କମାଇବା ଏବଂ ଅପରାଧୀଙ୍କ ତଥ୍ୟ ଜାଣିବା ପାଇଁ ନୂଆ କୌଶଳ ଆପଣାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ବିଭିନ୍ନ ହୋଟେଲରେ ଅପରାଧିମାନେ ଆତ୍ମଗୋପନ କରୁଛନ୍ତି । ପୁଲିସ ‘ଅତିଥି’ ଆପ ମାଧ୍ୟମରେ ଅପରାଧିକ ନିକଟରେ ପହଞ୍ଚିବ। ଏହି ଆପ ଜରିଆରେ ପୁଲିସ ହୋଟେଲର ତଥ୍ୟ ସଂଗ୍ରହ କରିବ । ସରାଇ ଆକ୍ଟ ଅନୁସାରେ ପୁଲିସକୁ ହୋଟେଲ ମାଲିକ ସବୁ ତଥ୍ୟ ଦେବେ। ସମସ୍ତ ତଥ୍ୟ କେବଳ ପୁଲିସ ପାଖରେ ରହିବ ଓ ଏହାକୁ ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଗେଷ୍ଟ ହାଉସ୍‌ ଓ ଲଜ୍‌କୁ ବି ଏନେଇ ନିର୍ଦେଶ ଦିଆଯିବ। କ୍ରାଇମ କରିବା ପରେ ଅପରାଧିମାନେ ହୋଟଲରେ ରହୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।