ଏଣିକି ସବୁ ପୋଲିସ ଷ୍ଟେସନରେ ଲାଗିବ ସିସିଟିଭି-shaksi news

ଭୁବନେଶ୍ବର( ଏସ୍ ନ୍ୟୁଜ ): ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହାଜତ ମୃତ୍ୟୁ ସଂଖ୍ୟା । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପୋଲିସ ଷ୍ଟେସନ ଓ ହାଜତମାନଙ୍କରେ ଲାଗିବ ସିସିଟିଭିରଖି ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ହାଇକୋର୍ଟ ରାୟ ଅନୁଯାୟୀ, ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟର ଅଗ୍ରଗତି ନେଇ ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ୧୮ ମାସ ପର୍ଯ୍ୟନ୍ତ ସମସ୍ତ ରେକର୍ଡିଂ ସୁରକ୍ଷିତ ଭାବରେ ରଖିବାକୁ କୁହାଯାଇଛି । ଏହାଛଡ଼ା ଇନ୍ସପେକ୍ଟର ଓ ସବଇନ୍ସପେକ୍ଟରଙ୍କ ଅଫିସମାନଙ୍କରେ ମଧ୍ୟ ସିସିଟିଭି ଲଗାଯିବ । ପ୍ରତ୍ୟେକ ଥାନାର ପ୍ରବେଶ ଓ ପ୍ରସ୍ଥାନ ପଥ, ଲପ୍ ଅପ୍ ସ୍ଥାନଗୁଡ଼ିକ ସିସିଟିଭି ନିୟନ୍ତ୍ରଣରେ ରହିବ । ସବୁ ଥାନାମାନଙ୍କରେ ଅଡିଓ ରେକର୍ଡର ବି ଲାଗିବ । ସିବିଆଇ, ଏନଆଇଏ, ଏନସିବି, ଇଡିର ପଚରାଉଚରା ବେଳେ ମଧ୍ୟ ରେକର୍ଡଭୁକ୍ତ କରାଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।