ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ପରମ୍ପରା ମୁତାବକ ପ୍ରଭୁ ବଳରାମ ପ୍ରସ୍ତର ବିଗ୍ରହ ହୋଇଥିବାରୁ ମନ୍ଦିର ପରିସରରେ ଅବସ୍ଥାପିତ ଜଗନ୍ନାଥ…

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବଡ଼ବିଲ ହରି ହର ମନ୍ଦିର ପରିସରରେ ଆରାଧ୍ୟ ପ୍ରଭୁ ସ୍ନାନ ଉତ୍ସବ ପାଳିତ ହୋଇଛି । ଏହି ଉପଲକ୍ଷେ ଆଜି ସକାଳ ସମୟରେ ପ୍ରଥମ ନୀତି ମଙ୍ଗଳାର୍ପଣ ପରେ ନୀତିକାନ୍ତି ମୁତାବକ ଶ୍ରୀଜୀଉ ମାନଙ୍କୁ ପହଣ୍ଡି ବିଜେ କରାଯାଇଥିଲା।ପରମ୍ପରା ମୁତାବକ ପ୍ରଭୁ ବଳରାମ ପ୍ରସ୍ତର ବିଗ୍ରହ ହୋଇଥିବାରୁ ମନ୍ଦିର ପରିସରରେ ଅବସ୍ଥାପିତ ଜଗନ୍ନାଥ, ବଳରାମ ଓ ମାତା ସୁଭଦ୍ରାଙ୍କ ସମେତ ଶ୍ରୀଜୀଉଙ୍କୁ ସ୍ନାନ ବେଦିରେ ଅଗୁର କର୍ପୂର ଆଦି ଲେପନକରାଯାଇଥିଲା।ସ୍ନାନ ପରେ ଚନ୍ଦନ ଲାଗି କରାଯାଇଥିଲା। ପରେ ନୀତିକାନ୍ତି ମୁତାବକ ଶ୍ରୀଜୀଉମାନଙ୍କ ସୁନା ଅଳଙ୍କାର ପରିଧାନ ପୂର୍ବକ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ।

ପରେ ପରେ ଅଣଶର ଘରକୁ ପ୍ରଭୁଙ୍କୁ ନିଆ ଯାଇଥିବା ମନ୍ଦିରର ମୁଖ୍ୟ ପୁରୋଧା ଦୀପ୍ତି ରଞ୍ଜନ ପଣ୍ଡା, ପ୍ରକାଶ ଶତପଥି, ତାପସ ମିଶ୍ର କହିଛନ୍ତି । ତେବେ ପ୍ରଚଣ୍ଡ ଖରା ପାଗ ସତ୍ତ୍ୱେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ସ୍ନାନ ବେଦିରେ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ବଡ଼ବିଲ ହରିହର ମନ୍ଦିର ସଭାପତି ଆଞ୍ଚଳିକ ଖଣି ପ୍ରବନ୍ଦକ ଅବନୀ କାନ୍ତ ପ୍ରଧାନ,ସମ୍ପାଦକ ପ୍ରତାପ କୁମାର ଜେନା, ଯୁଗ୍ମ ସମ୍ପାଦକ ଅଶୋକ କୁମାର ଦାଶ,ପରାମର୍ଶଦାତା ବିଜୟକୁମାର ମହାନ୍ତି ଏହି ହରି ହର ମନ୍ଦିର ଅନୁଷ୍ଠାନ କୁ ୩୭ ବର୍ଷ ହେଲାଣି ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ