ଇଂଜିନିୟରିଂ ଓ ପଲିଟେକନିକ୍‌ ଛାତ୍ରଙ୍କ ପାଇଁ ଛାଡ଼ ହେଲା ହଷ୍ଟେଲ ଫି

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟ ସରକାର ମହାମାରୀ କରୋନା ପାଇଁ ଇଂଜିନିୟରିଂ ଓ ପଲିଟେକନିକ୍‌ ଛାତ୍ରଙ୍କ ହଷ୍ଟେଲ ଫି ଛାଡ଼ କରିଛନ୍ତି । ହଷ୍ଟେଲ ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା । ପ୍ରାୟ ୧୭୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ଘୋଷଣା ହେବ। ରାଜ୍ୟ ସରକାର ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କା ଫି ଛାଡ଼ କଲେ ।

ପୂର୍ବରୁ ରାଜ୍ୟ ସରକାର ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ଼ କରାଯାଇଥିଲା। ଯାହାଦ୍ୱାରା ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ।