ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ

ଭୁବନେଶ୍ୱର(ଏସ୍ ନ୍ୟୁଜ) : ଭୁବନେଶ୍ୱର ସାଲିଆସାହିରୁ ପ୍ରାୟ ୫ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଅନେକ ପରିମାଣର ପୋଚ ଜବତ ହେବା ସହ ୧୩ଜଣଙ୍କୁ ଗିରଫ କରାଯାଇଛି।
ଖବର ଅନୁଯାୟୀ, ଭୁବନେଶ୍ୱର ସାଲିଆସାହି ବସ୍ତିରେ ଚୋରା ମଦ କାରବାର ଚାଲିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହାପରେ ଅବକାରୀ ବିଭାଗ ସାଲିଆସାହିରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ୫ଶହ ଲିଟର ଦେଶୀ ମଦ ଏବଂ ପୋଚ ମିଳିଛି । ଚୋରା ମଦ ରାନ୍ଧୁଥିବା ଓ କାରବାର ନେଇସଂପୃକ୍ତି ଥିବା ନେଇ ୧୩ଜଣଙ୍କୁ ଗିରଫ କରାଯାଇଛି ।