ବେଆଇନ ବନ୍ଧୁକ କାରବାର: ୫ ପିସ୍ତଲ, ୨୦ ଅଫୁଟା ଗୁଳି ଜବତ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୁଲିସକୁ ମଙ୍ଗଳବାର ବଡ଼ ସଫଳତା ମିଳିଛି। …
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୁଲିସକୁ ମଙ୍ଗଳବାର ବଡ଼ ସଫଳତା ମିଳିଛି। ଏକ ବଡ ଅପରାଧିକ ଯୋଜନାକୁ ପଣ୍ଡ କରିଛି। ୫ଟି ପିସ୍ତଲ, ୨୦ଟି ଅଫୁଟା ଗୁଳି, ଗୋଟିଏ ବାଇକ୍ ସହ ଜଣେ ବନ୍ଧୁକ ବେପାରୀ ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବ୍ରଜରାଜନଗର ଥାନା ଅନ୍ତର୍ଗତ ତେଲେନପାଲିର ସନ୍ତୋଷ ଖେଡ଼କର (୩୬), ଓ ପି ଏମ୍ କଲୋନୀର ବିଶାଳ ବାଗ (୩୦) ଓ ଲମଟିବାହାଲର ମୁଖ୍ୟ ସପ୍ଲାୟର ବଂଟି ପ୍ରସାଦ (୩୪)।
ମଙ୍ଗଳବାର ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ସୂଚନାନୁସାରେ, ‘ଅପରେସନ୍ ନେତ୍ର’ ଅଭିଯାନ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା। ଏକ ବଡ ଧରଣର ବନ୍ଧୁକ କାରବାର ସୂଚନା ମିଳିଥିଲା। ବ୍ରଜରାଜନଗର ଆଇଆଇସିଙ୍କ ତତ୍ୱାବଧାନରେ ପ୍ରଭାକର ପାତ୍ର, ପୂର୍ଣ୍ଣିମା ଓରାମ, ଅଭୟ ମହାନ୍ତିଙ୍କୁ ନେଇ ଏକ ଟିମ୍ ପୂର୍ବାହ୍ଣରେ ପି ଏମ୍ ଶିବ ମନ୍ଦିର ନିକଟରେ ଚଢ଼ାଉ କରିଥିଲେ। ସନ୍ତୋଷ ଓ ବିଶାଳ ନିକଟରୁ ଅଫୁଟା ଗୁଳି ଭର୍ତି ୪ଟି ପିସ୍ତଲ ଜବତ କରାଯାଇଥିଲା।
ପରେ ପଚାର ଉଚରାରେ ଅଭିଯୁକ୍ତମାନେ ଏହି ପିସ୍ତଲ ବଂଟିଠାରୁ ପ୍ରତ୍ୟେକକୁ ୫୦ ହଜାର ଟଙ୍କା ଦେଇ କିଣିଥିବା କହିଥିଲେ।