ଓଡ଼ିଶାରେ କାଲିଠାରୁ ଜୁଲାଇ ୧ ଯାଏ ଆଂଶିକ ଲକ୍‌ଡାଉନ୍

ଭୁବନେଶ୍ୱର,(ଏସ୍ ନ୍ୟୁଜ): ପ୍ରାୟତ ପାଖାପାଖି ଦେଢମାସ ପରେ ରାଜ୍ୟରେ ଲକଡାଉନ ସାମାନ୍ୟ କୋହଳ ହେବାକୁ ଯାଉଛି । ଆସନ୍ତା କଲି ଠାରୁ ରାଜ୍ୟରେ ଜୁଲାଇ ୧ ସକାଳ ଯାଏଁ ଆଂଶିକ ଲକ୍‌ଡାଉନ୍କ ଟକଣା ବଳବତ୍ତର ରହିବ । ସାରା ରାଜ୍ୟକୁ ଦୁଇଟି ଜୋନରେ ବିଭକ୍ତ କରାଯାଇ କଟକଣା ଲାଗୁ କରାଯାଇଛି ।

କରୋନା ସଂକ୍ରମଣ ସ୍ଥିତିକୁ ଦେଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ କାଟାଗୋରୀ ‘ଏ’ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ କାଟାଗୋରୀ ‘ବି’ରେ ବିଭକ୍ତ କରାଯାଇଛି । କାଟାଗୋରୀ ‘ଏ’ରେ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ଦୋକାନ ଗୁରୁବାରଠାରୁ ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏଁ ଖୋଲିବ । କାଟାଗୋରୀ ‘ବି’ରେ ଥିବା ଉପକୂଳ ଓ ଉତର ଓଡ଼ିଶାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଖୋଲିବାକୁ ଅନୁମତି ଦିଆଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ମିଠା ଦୋକାନଗୁଡ଼ିକୁ ଖୋଲିବାକୁ କୁହାଯାଇଥିବା ବେଳେ ମର୍ଣ୍ଣିଂୱାକ୍‌ ଓ ସାଇକେଲିଂ ପାଇଁ ଅନୁମତି ମିଳିଛି । ତେବେ ସାରା ରାଜ୍ୟରେ ପୂର୍ବଭଳି ସପ୍ତାହାନ୍ତ ସଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ ବଳବତର ରହିବ । ସେହିପରି ଏହି ୧୭ ଜିଲ୍ଲାରେ ଉଠାଦୋକାନୀଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଗ୍ରାହକମାନେ ଖାଦ୍ୟପୁଡିଆ କେବଳ ପାର୍ସଲ ଭାବେ ନେଇପାରିବେ ।
ସେହିପରି ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଠା ଦୋକାନଗୁଡିକ ଖୋଲିବାକୁ ଅନୁମତି ମିଳିଛି । ଆଂଶିକ ଲକ୍‌ଡାଉନରେ କିନ୍ତୁ ପୂର୍ବଭଳି ବସ ସେବା ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ, ମଲ, ଜିମ, ସାଲୁନ୍‌, ପାର୍ଲର, ସୁଇମିଂପୁଲ, ସିନେମା ହଲ, ପାର୍କ ଏବେ ଖୋଲିବ ନାହିଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । କିନ୍ତୁ ନୀତିକାନ୍ତି ଚାଲିବ ଯାତ୍ରା, ଅପେରା, ଆଉଟ ଡୋର ଏବଂ ଇନଡୋର ସୁଟିଂ ପୂର୍ବଭଳି ବନ୍ଦ ରହିବ । ତେବେ ପୂର୍ବଭଳି ନିର୍ମାଣ କାର୍ଯ୍ୟ, ଶିଳ୍ପ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ କଟକଣା କୋହଳ ରହିବ ଟିକାକରଣ, ଟେଷ୍ଟିଂ, ସ୍ୱାସ୍ଥ୍ୟ, ବ୍ୟାଙ୍କିଂ, କୃଷି, ମତ୍ସ୍ୟ ଓ ପଶୁପାଳନ ପାଇଁ କୌଣସି କଟକଣା ରହିବ ନାହିଁ । ବାହାଘର ଓ ଅନ୍ତେଷ୍ଟ୍ରି ପାଇଁ ପୂର୍ବର ସବୁ କଟକଣା ବଳବତର ରହିଛି । ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସୀମକୁ ଛାଡି ଅନ୍ୟ ପଡୋଶୀ ରାଜ୍ୟର ସୀମାରେ ଥିବା ସବୁ ଚେକ ପୋଷ୍ଟ ଖୋଲି ଦିଆଯିବ ।