ତାଲାବନ୍ଦକୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା

ଭୁବନେଶ୍ୱର,(ଏସ୍ ନ୍ୟୁଜ) : ଲକଡାଉନ୍ ସମୟରେ ରାଜ୍ୟ ରାଜଧାନୀରେ ଲକ୍ଡାଉନ୍ ପ୍ରତିବନ୍ଧକକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୋଟ ୨୦୦ରୁ ଅଧିକ ପୋଲିସ୍ କର୍ମଚାରୀ ଏବଂ ୧୬୦ ଟ୍ରାଫିକ୍ କନଷ୍ଟେବଳ/ହାବିଲ୍ଦାର ନିୟୋଜିତ ହେବେ।
ଭୁବନେଶ୍ୱରରେ ୫୩ଟି ଚେକ୍ ପୋଷ୍ଟ ରହିବ। ସହ୨୦ ପ୍ଲାଟୁନ୍ ଅଧିକ ପୋଲିସ୍ ଫୋର୍ସ ମୁତୟନ କରାଯିବ। ୨୦ଟି ସ୍ୱତନ୍ତ୍ର ଭ୍ରାମ୍ୟମାଣ PCR ମୁତୟନ ରହିବ ।
ସେହିପରି କଟକ ସହରରେ ୩୩ ଟି ଚେକ୍ ପୋଷ୍ଟ ପୋଷ୍ଟରେ ୧୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ୯୦ ଜଣ ଅଧିକାରୀ ନିୟୋଜିତ ହେବେ। ୨୧ଟି ସ୍ୱତନ୍ତ୍ର ଭ୍ରାମ୍ୟମାଣ PCR ମୁତୟନ ରହିବ ।
ଜରୁରୀ ସେବାପାଇଁ କୌଣସି ଯାତ୍ରା କରିବାକୁ ହେଲେ ପୋଲିସକୁ ସବିଶେଷ ବିବରଣୀ ଦେବାକୁ ହେବ ବୋଲି ସିପି ସୂଚନା ଦେଇଛନ୍ତି ।