ଦମ୍ ଅଛି ତ ନିରପେକ୍ଷ ତଦନ୍ତ କର : ପୀତାମ୍ବର ଆଚାର୍ୟ୍ୟ

*ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶଦେଇ ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତାପ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ
*ଆଇନ୍ ସମ୍ପର୍କରେ ଅଜ୍ଞ ବିଜେଡ଼ି ସଂଗଠନ ମନ୍ତ୍ରୀ ପ୍ରଣବ ଦାସ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌), ତା ୨୧/୧୧: ଗୋଟିଏ ପଟେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଶାସକ ବିଜେଡି ତରଫରୁ ବିଜେପି ଓ ଗଣମାଧ୍ୟମକୁ ପ୍ରମାଣ ମଗାଯାଉଛି।ଅନ୍ୟପଟେ ମାହାଙ୍ଗା କ୍ୱାଡ୍ରପଲ୍ମର୍ଡର ଘଟଣାରେ ଅଦାଲତି ରାୟ ଆସିବା ପରେ ମଧ୍ୟ ଆଇନ୍ମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ଅଗ୍ରସର ହେଉନାହିଁ । ମାହାଙ୍ଗା ଡବଲ କ୍ୱାଡ୍ରପଲ୍ମର୍ଡର ଘଟଣାରେ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରୁ ଅଭିଯୁକ୍ତ ଆଇନ୍ମନ୍ତ୍ରୀ ପ୍ରତାପଜେନାଙ୍କ ନାମ ବାଦ୍ଦିଆଗଲା। ମାନ୍ୟବର ଜେଏଫ୍ଏମସି କୋର୍ଟ ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରି ସାନିତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ଏଯା ମାନ୍ୟବର ମନ୍ତ୍ରୀ କୋର୍ଟରେ କୌଣସି ରିପୋର୍ଟ ପ୍ରଦାନ କରାନଯିବାରୁ ଗତକାଲି ପୁଣି ଭର୍ତ୍ସନା କରିବା ସହ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି।

ଅନ୍ୟପଟେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ଶାସକ ବିଜେଡି ବର୍ତମାନ ବିଜେପିକୁ ପ୍ରମାଣ ମାଗୁଛି।

ଗତ ଦୁଇ ଦିନ ତଳେ ବିଜେଡି ସଂଗଠନ ମନ୍ତ୍ରୀ ତଥା ବିଧାୟକ ‘ଦମ୍ଅଛିତପ୍ରମାଣଦିଅ’ ବୋଲି ଅହଙ୍କାରୀ ବକ୍ତବ୍ୟ ଦେଇ ଆଇନ୍ସମ୍ପର୍କରେ ସେ ସମ୍ପୂର୍ଣ ଅଜ୍ଞ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଥିବାର ଶ୍ରୀଆଚାର୍ୟ୍ୟ କହିଛନ୍ତି।

ପ୍ରକୃତରେ ଯଦି ପ୍ରଣବ ବାବୁଙ୍କ ଦମ୍ଅଛି, ତାହେଲେ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ ଅଭିଯୁକ୍ତ ମନ୍ତ୍ରୀଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତା ପଜେନାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାନ୍ତୁ ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ବାରା କରାନ୍ତୁ ବୋଲି ଶ୍ରୀଆଚାର୍ୟ୍ୟ କହିଛନ୍ତି।