ଆଇପିଏସ୍ ଯଶୋବନ୍ତ ଜେଠଓ୍ୱାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର (ଏସ୍ ନ୍ୟୁଜ): ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଧିକାରୀ ଯଶୋବନ୍ତ ଜେଠଓ୍ୱାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ଆଇନ ଶୃଙ୍ଖଳା ଏଡିଜି ଥିବା ଶ୍ରୀ ଜେଠଓ୍ୱାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ବରିଷ୍ଠ ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ରାଇମବ୍ରାଞ୍ଚ ଏଡିଜି ଥିଲେ। ନିକଟରେ ତାଙ୍କୁ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ୍‌ର କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। ସେ ସେହି ଦାୟିତ୍ୱ ନେବା ପରେ କ୍ରାଇମବ୍ରାଞ୍ଚ ଏଡିଜି ପଦ ଖାଲି ଥିଲା। ଏଣୁ ଶ୍ରୀ ଜେଠୱାଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସେ ଏହି ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ।