ଓଡିଶାର ୬ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ

ଭୁବନେଶ୍ୱର(ଏସ୍ ନ୍ୟୁଜ):ଓଡିଶାର ୬ଟି ଜିଲ୍ଲାରେ ଆଜି ନିଜର କାର୍ଯ୍ୟାଳୟ ଉଦଘାଟିତ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏହାର ଉଦଘାଟନ କରିଛନ୍ତି । ଏନେଇ ଦିଲ୍ଲୀରେ ଭର୍ଚୁଆଲ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଆସନ୍ତାକାଲି ସୁନ୍ଦରଗଡ଼, ବରଗଡ଼ , ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାଠାରେ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ସୂଚନାଯୋଗ୍ୟ ଯେ , ବିଜେପିର ବରିଷ୍ଠ ନେତା ଅମିତ୍ ଶାହ ଦଳର ରାଷ୍ଟ୍ରୀୟ ସଭାପତି ଥିବାବେଳେ ଦେଶର ପ୍ରତ୍ୟେକଟି ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏସବୁ ଜିଲ୍ଲା କାର୍ଯ୍ୟାଳୟକୁ ଦିଲ୍ଲୀରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟ ସହ ଅନଲାଇନରେ ମାଧ୍ୟମରେ ଯୋଡ଼ିବା ନିମନ୍ତେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ହୋଇଥିଲା ।

ଭିଡିଓ କନଫରେନ୍ସିଂ ଜରିଆରେ ବିଜେପିର ପାର୍ଟି ଅଫିସ ଉଦଘାଟନ କରିଛନ୍ତି ବିଜେପି ଅଧ୍ୟକ୍ଷ । ଉଦଘାଟନେଇ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି ।