ଡିସେମ୍ବର ୨୧ ରେ ଖୋଲିପାରେ ଜଗନ୍ନାଥ ମନ୍ଦିର-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଆସନ୍ତା ୨୧ ତାରିଖରେ ଖୋଲିପାରେ ଜଗନ୍ନାଥ ମନ୍ଦିର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିଭଳି ଭକ୍ତମାନେ ଦର୍ଶନ କରିବେ ସେ ନେଇ ଆଜି ଆଲୋଚନା କରାଯିବ । ଏନେଇ ବୈଠକରେ ଛତିଶା ନିଯୋଗର ମତ ନିଆଯିବ ।

ତେବେ ସୀମିତ ସଂଖ୍ୟକ ଭକ୍ତଙ୍କୁ ଛଡ଼ାଯିବା ନେଇ ବ୍ୟବସ୍ଥା କରାଯିବ। ଦିନକରେ ୪ ହଜାର ଭକ୍ତଙ୍କୁ ଅନୁମତି ମିଳିବାର ସମ୍ଭାବନା ରହିଥିବା କୁହାଯାଉଛି । ବର୍ତ୍ତମାନ ୧୦% ଭକ୍ତଙ୍କୁ ମନ୍ଦିରକୁ ଛାଡ଼ିବା ନେଇ ଆଲୋଚନା ହୋଇପାରେ । ସ୍ୱର୍ଣ୍ଣମନ୍ଦିର ଦର୍ଶନ ବ୍ୟବସ୍ଥା ଆଧାରରେ ଦର୍ଶନ ବ୍ୟବସ୍ଥା ହୋଇପାରେ ବୋଲି ଆଲୋଚନା ହେଉଛି । ଏଠାରେ ପ୍ରକାଶ ଥାଉକି କରୋନା ପୂର୍ବରୁ ଶ୍ରୀମନ୍ଦିରକୁ ପାଖାପାଖି ଦିନକୁ ୪୦ ହଜାର ଭକ୍ତ ଆସୁଥିଲେ ।