୧୧ କେ.ଭି ତାର ଛିଣ୍ଡି ଯୁବକ ଙ୍କର ମୃତ୍ୟୁ।

ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ….

ରଘୁନାଥପୁର: ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ବିରାଟ କଟକ ଗ୍ରାମ ରେ ୧୧-କେ.ଭି.ବିଦ୍ୟୁତ ତାର ଛିଣ୍ଡି ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାଯାଇଛି। ଖବର ରୁ ପ୍ରକାଶ ଗୁରୁବାର ସକାଳ ୯ଟା ସମୟରେ ସଂଜୀବ କୁମାର ପ୍ରଧାନ ( ୩୮) ପିତା କୁଞ୍ଜବିହାରୀ ପ୍ରଧାନ ଗ୍ରାମ କୁଆମଙ୍ଗ(ବିରାଟ କଟକ)ଧାନ ବିଲ କୁ ପାଣି ଦେଖିବାକୁ ଯାଇଥିବା ସମୟରେ ସେହିବିଲ ଉପରେ ଯାଇଥିବା ୧୧ କେ.ଭି.ବିଦ୍ୟୁତ ତାର ଛିଣ୍ଡି ଯୁବକଙ୍କ ଉପରେପଡିବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।ଘଟଣା ସମ୍ପର୍କ ରେ ଗ୍ରାମବାସୀ ମାନେ ଯାଣିବା ପରେ ରଘୁନାଥପୁର ଥାନା ରେ ଖବର ଦେଇଥିଲେ।ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତକରି ତଦନ୍ତ ଚଳାଇ ଥିବା ବେଳେ ଅଗ୍ନିସମ ବିଭାଗ ର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। ହେଲେ ବିତ୍ୟତ ବିଭାଗ ର ଅଧିକାରୀ ଏଠାରେ ପହଞ୍ଚିପାରିନାହାଁନ୍ତି।

ଏଠାରେ ପ୍ରକାଶଥାଉ ଥାଉ କି ଏହି ୧୧କେଭି ବିଦ୍ୟୁତ ଲାଇନ୍ ଟି ଜଗତସିଂହପୁର ଜିଲ୍ଲା ର ମଣ୍ଡା ସାହି ବିଦ୍ୟୁତ୍ ସେକ୍ସନ ଅଧିନରେ ରହିଛି।ତେବେ ଏହିତାର ଅତି ବେପରୁଆ ଭାବେ ଝୁଲି ରହିଥିବାରୁ ଜନଜୀବନ କ୍ଷତିଘଟୁଛି। ଏହାକୁ କେବୁଲଲାଇନ କରିବାପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି।