ଉପନିର୍ବାଚନ: ଝାରସୁଗୁଡ଼ାରେ ଆଜି ବିଧାୟକ ବାଛୁଛନ୍ତି ଭୋଟର

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି କରାଯାଇଛି। ୨୫୩ ବୁଥ୍‌ରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଉପନିର୍ବାଚନ ପାଇଁ ୨୬ଟି ପିଙ୍କ୍‌ ବୁଥ୍‌ କରାଯାଇଛି। ପିଙ୍କ୍ ବୁଥଗୁଡ଼ିକରେ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ୧୦୧୨ ପୁଲିଂ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ୯୬ ପୁଲିଂ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି। ୧୧୬ ସମ୍ବେଦନଶୀଳ ବୁଥ ଥିବାବେଳେ ସମସ୍ତ ବୁଥରେ ୱେବକାଷ୍ଟିଂ ହୋଇଛି।